ଭୁବନେଶ୍ୱର :ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ରେ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଜୋରଦାର ବର୍ଷିଛି । ସମୀର ଦାସଙ୍କ ଯୌନ କେଳେଙ୍କାରି କିମ୍ବା ଅର୍ଚ୍ଚନା ଘଟଣାରେ ବିଜୁ ଜନତା ଦଳର ନେତା ମାନଙ୍କ ଯୌନ କେଳେଙ୍କାରି ମାଧ୍ୟମରେ ଅପରାଧ ଓ ଅପରାଧୀ ସୃଷ୍ଟି କରାଯାଇଛି ବୋଲି ଅଭିଯୋଗ ଆଣିଛି ବିଜେପି । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପୂର୍ବରୁ ଅଡ଼ିଓ ରେ ସମୀର ଦାସ, ବିନ୍ଧାଜ ଚିନୁ ଓ ମୁନା ମହାପାତ୍ର ଙ୍କ ନାଁ ନେଇଥିଲେ । ସ୍ପଷ୍ଟ ଭାବେ ଧର୍ମେନ୍ଦ୍ର କହିଥିଲେ ମୃଦୁ ପାନୀୟ ରେ ଡ୍ରଗ୍ସ ଦେଇ ତାଙ୍କ ସ୍ତ୍ରୀ ଙ୍କୁ ସମୀର ଦାସ ଯୌନ ଶୋଷଣ କରିଥିଲେ । ଆଉ ଏହାର ଭିଡିଓ ଦେଖାଇବା ସହ ବ୍ଲାକମେଲ କରି ବିନ୍ଦାଜ ଚିନୁ ଧର୍ମେନ୍ଦ୍ର ସାହୁଙ୍କ ଠୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ଫୋନ ପେ ମଧାମରେ ।ସେହିପରି ସମୀର ଦାସ ବି ଧର୍ମେନ୍ଦ୍ରଙ୍କ ଠୁ ଚେକ ମାଧ୍ୟମରେ ଲକ୍ଷାଧିକ ଟଙ୍କା ନେଇଛନ୍ତି । କିନ୍ତୁ ପୋଲିସ ସବୁ ପ୍ରମାଣ ଥିବା ସତେ କାହିଁକି ଏମାନଙ୍କୁ ତଦନ୍ତ ପରିସର ଭୁକ୍ତ କରୁନାହିଁ ବୋଲି ପ୍ରଶ୍ନ କରିଛି ବିଜେପି ।
ଅର୍ଚ୍ଚନା ନାଗ କେଉଁ ମାନଙ୍କ ବଳରେ ଏତେ ବଳିୟାନ ହେଲେ । କେମିତି ତାଙ୍କର ସତ୍ୟ ବିହାର ଘରେ ମନି ଲାଣ୍ଡରିଂ ହେଉଥିଲା । ଏପରିକି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଏକ୍ସଟ କରି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ନେଇଥିଲେ । ଆଉ ତାଙ୍କୁ ୨୦୦ ଟିକେଟ ବି ଦିଆଯାଇଥିଲା । ମାତ୍ର ପୋଲିସ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରୁନାହିଁ କେଉଁ ୧୨ ରୁ ୧୫ ମନ୍ତ୍ରୀ ଓ କେଉଁ ୩୦ ରୁ ୪୦ ବିଧାୟକ ଅର୍ଚ୍ଚନା ନାଗକୁ ସୃଷ୍ଟି କଲେ । ବିଜେପି ବାରମ୍ବାର ଦାବି କରୁଥିଲେ ବି ଏହି ଘଟଣାରେ କାହିଁକି ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରୁ ନାହାନ୍ତି । ଉଭୟ ଘଟଣାରେ ପୋଲିସର ଭୂମିକା ସନ୍ଧେହ ସୃଷ୍ଟି କରିଛି । ତେଣୁ ଆଗାମୀ ୭ ଦିନ ଧରି ସମସ୍ତ ୫୮ ଟି ସବ ଡିଭିଜନରେ ବିଜେପି ପ୍ରତିବାଦ କରିବ ବୋଲି ସ୍ପଷ୍ଟ କରିଛି ।