ଓଡିଶାଭାରତ

ଓଡିଶା ଉପରେ ବିଜେପିର ନଜର

ଭୁବନେଶ୍ୱର:୨୦୨୪ ପାଇଁ ଓଡିଶା ଉପରେ ନଜର ରଖିଛି  ବିଜେପି । ଏନେଇ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ |ଆସନ୍ତାକାଲି ଜଣେ କେନ୍ଦ୍ର ମନ୍ତ୍ରୀ ନିଶିଥ ପାରମାଣିକ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ନୂଆ ପ୍ରଭାରୀ ସୁନୀଲ ବଂଶଲ ଆସି ଦଳକୁ ମଜଭୁତ କରିବାର ଗୁରୁମନ୍ତ୍ର ଦେଇଥିଲେ | ଏଣେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ସେ ଦୁଇ ଦିନ ଧରି କଟକ ଜିଲ୍ଲାରେ ବିଭିନ୍ନ ସରକାରୀ ଏବଂ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗସ୍ତ ନେଇ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ସରକାରଙ୍କ କାର୍ଯ୍ୟକ୍ରମ ଏବଂ ଯୋଜନାର ସମୀକ୍ଷା ସହ ସଂଗଠନର ବି ସମୀକ୍ଷା ହେବ। ସେହିପରି ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଦଳୀୟ ସଂଗଠନର ସମୀକ୍ଷା କରିବେ। ଏହାସହ ୨୯ରେ ଆସୁଥିବା ବିଜେପି ସଭାପତି ଜେ.ପି ନଡ୍ଡାକୁ ଗସ୍ତା ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଭାରତର ବିକାଶ ଲକ୍ଷ୍ୟ ରଖିଛନ୍ତି। କାହିଁକି ନା ପୁର୍ବ ଭାରତକୁ ଅବହେଳା ହୋଇଛି। ସେଥିପାଇଁ ୮ ବର୍ଷରେ ମୋଦୀ ପୂର୍ବଭାରତକୁ ପ୍ରାଥମିକତା ଦେଇ ଅନେକ ବିକାଶ କରିଛନ୍ତି।

Related posts

ନଦୀରେ ବିସ୍ଫୋରଣ, ଜଣେ ଗୁରୁତର

mahabharatanews

ମହାନଦୀରେ ବୁଡି ନାବାଳକ ନିଖୋଜ

mahabharatanews

ବଦଳିଲେ ବୈଦ୍ଧ ଓ ଦେବଗଡ ଏସପି

mahabharatanews