ଓଡିଶା

କେନ୍ଦ୍ର ଅବହେଳାର ଲମ୍ବା ତାଲିକା ରଖିଲା ବିଜେଡି

(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକଶିତ ଓଡ଼ିଶା ଗଠନ କରିବାରେ ଚେଷ୍ଟା କରୁଛନ୍ତି। ହେଲେ କେନ୍ଦ୍ର ସରକାର ରାଜ୍ୟକୁ ସହଯୋଗ କରୁ ନାହାନ୍ତି। ବିକାଶରେ ବାଧକ ସାଜୁଛନ୍ତି। ହେଲେ ବିଜେଡି ରାଜ୍ୟବାସୀଙ୍କୁ ଭରଷା ସବୁବେଳେ ଜିତିବା ସହ ରାଜ୍ୟକୁ ବିକାଶ ଅଭିମୁଖୀ କରୁଛି।
– ଦାରିଦ୍ର ସୀମାରେଖା ଉପରକୁ ଆଣିବାକୁ ବିଜେଡ଼ି ଚେଷ୍ଟା କରୁଛି। ହେଲେ ଏଥିରେ କେନ୍ଦ୍ର ଯେଉଁ ସହଯୋଗ କରିବା କଥା କରୁ ନାହାନ୍ତି।
– ରାଜ୍ୟ ସବୁବେଳେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରୁଥିଲେ ମଧ୍ୟ । କେନ୍ଦ୍ର ଶୁଣୁ ନାହିଁ।
– ଓଡ଼ିଶାର ଚାଷୀ କୂଳକୁ ଧୋକା ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ରାଜ୍ୟର ଚାଷୀଙ୍କ ପାଇଁ କୌଣସି ଯୋଜନା କରି ନାହାନ୍ତି।
– ରାଜ୍ୟର ଚାଷୀଙ୍କ ଏମଏସପିକୁ ବୃଦ୍ଧି କରୁ ନାହାନ୍ତି। ବିଧାନସଭାରେ ଗଠନ ହୋଇଥିବା ସର୍ବଦଳୀୟ କମିଟିକୁ ପ୍ରଧାନ ମନ୍ତ୍ରୀ ସମୟ ଦେଲେ ନାହିଁ। ରାଜ୍ୟ ସରକାରଙ୍କ ସଫଳ କୃଷି ନୀତି ପାଇଁ ଦେଶରେ ଧାନ ଉତ୍ପାଦନରେ ଆଗରେ ଅଛି।
– ଉଷୁନା ଚାଉଳକୁ fci ସଂଗ୍ରହ କରୁ ନାହିଁ।
-କେନ୍ଦ୍ର ବିଜେପି ସରକାର 2022 ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ ବଢିବ ବୋଲି କହିଥିଲେ। ହେଲେ କଲେ ନାହିଁ।
– କୋଇଲା ରୟାଲିଟି ନାହାନ୍ତି। କୋଇଲା ରାୟଲୀଟି ପ୍ରତି 3 ବର୍ଷରେ ବଢ଼ାଇବାର ନିୟମ ରହିଛି। ଆଜିକୁ 10 ବର୍ଷ ହେଲାଣି ରୟାଲିଟି ବଢାଯାଉନି। ଫଳରେ ରାଜ୍ୟ ଅନେକ ଅର୍ଥ ହରାଉଛି।
-ବ୍ୟାଙ୍କ ସେବା ଓ ଟେଲିକମ ସେବା ରାଜ୍ୟକୁ କେନ୍ଦ୍ର ଯୋଗାଉ ନାହିଁ। ରାଜ୍ୟର ୬୧୭୮ ଗାଁରେ ଇଣ୍ଟରନେଟ ସେବା ମିଳି ପାରୁନି।
– ଦର ଦାମ ବଢୁଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ହାଂଡିଶାଳ ଉପରେ ଏହାର ପ୍ରଭାବ ପଡିଛି ।
– ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରୀ ଯୋଜନାରେ ପରିଣତ ହୋଇଛି । ୩୦୦ ଟଙ୍କାର ସିଲିଣ୍ଡର ଏବେ ୧୧୦୦ ଟଙ୍କାରେ ପହଂଚିଲାଣି।
-ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେଲେ ନାହିଁ। ଯାହାକି ରାଜ୍ୟବାସୀଙ୍କ ପାଇଁ ଅସମାନ।
-ମହାନଦୀ ପ୍ରସଙ୍ଗରେ ରାଜ୍ୟକୁ ଅଣଦେଖା କରାଯାଇଛି। ରାଜ୍ୟର ହକ ଓ ନ୍ୟାର୍ଯ୍ୟ ଦାବିକୁ ଅଣଦେଖା କରାଯାଇଛି । -ରାଜ୍ୟର ବିକାଶ କେବଳ ମୁଖ୍ୟମନ୍ତ୍ରୀ କରିଛନ୍ତି । 1 ତାରିଖରେ ହେବାକୁ ଥିବା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଆଶୀର୍ବାଦ କରିବେ।

Related posts

ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

mahabharatanews

ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରକ ଚାଳକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

mahabharatanews

ବଢୁଛି ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ

mahabharatanews