ଓଡିଶା

ପଞ୍ଚାୟତ ରାଜ ଦିବସକୁ ବିଜେପି ବିରୋଧ

ହାଟଡ଼ିହି : ଆଜି ବିଜେପି ପକ୍ଷରୁ କଳା ଦିବସ ପାଳନ କରାଯାଇଥିବା ବେଳେ ଭାଜପା ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଆଜି ଭାରତୀୟ ଜନତା ପାର୍ଟି ହାଟଡ଼ିହି ବ୍ଲକ ସମ୍ମୁଖରେ ବିଜେଡି ଶାସନରେ ପଂଚାୟତରାଜ ବ୍ୟବସ୍ଥା ରେ ବ୍ୟାପକ ଦୁର୍ନୀତି ହେଉଛି ବୋଲି ତାର ବିରୁଦ୍ଧରେ ଆଜି ବିଜେପି ପକ୍ଷରୁ ଭଷ୍ଟା ଚାର ଦିବସ ପାଳନ କରା ଯାଇଛି । ଏ ଅଵସର ରେ ବରିଷ୍ଠ ବିଜେପି ନେତା ତଥା ନମାମି ଗଙ୍ଗେ ର ରାଜ୍ୟ ସଭାପତି ମହେଶ୍ୱର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ସଭାପତି ହରମୋହନ ଶାସିନ, ଶଶିକାନ୍ତ ରାଉତ ଙ୍କ ସମେତ ଅଧର ବେହେରା, ସୁଶାନ୍ତ ଜେନା, ଆଲୋକ ଦାସ, ଗୋପବନ୍ଧୁ ସାହୁ, ପିନାକୀ ଜେନା, ସୁରେଶ ମହାନ୍ତି,ବେଣୁଧର ଜେନା, ପବିତ୍ର ମଲ୍ଲିକ, ରମାକାନ୍ତ ସାହୁ, ଆଲୋକ ଜେନା,ଭଗବାନ ପେଡା, ଦୀନବନ୍ଧୁ ଜେନା, ରାଜେନ୍ଦ୍ର ଯେନା, ସରୋଜ ଜେନା, ହିରଣ୍ୟ ଜେନା, ଜଗନ୍ନାଥ ବାରିକ, ରମେଶ ରାଉତ,ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ ଓ କଳା ବ୍ୟାଚ ପରିଧାନ କରି ବ୍ଲକ ସମ୍ମୁଖ ରେ କଳା ଦିବସ ଭାବେ ପାଳନ କରିଥିଲେ।

Related posts

ରାଜଧାନୀରେ ଆଗାମୀ ତିନି ଘଣ୍ଟା ପ୍ରବଳ ବର୍ଷା  ସମ୍ଭାବନା

mahabharatanews

ବରଗଡ ଜିଲ୍ଲା ୫ ଦିନ ପାଇଁ ସଟଡାଉନ

mahabharatanews

ଡାକ୍ତର ହେବତ ଏମିତି, ଡାକ୍ତର ରୂପରେ ଭଗବାନ

mahabharatanews