ଓଡିଶା

ଓଡ଼ିଶା ଆସିବେ ମୋଦୀ

(ଭୁବନେଶ୍ୱର) : ମୋଦୀ ସରକାରକୁ ପୁରିଛି ୯ ବର୍ଷ । ଦୀର୍ଘ ୯ ବର୍ଷ ମଧ୍ୟରେ ସରକାରଙ୍କ ସଫଳତାର କାହାଣୀ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ଆରମ୍ଭ କରିଛି ଜନସମ୍ପର୍କ ଅଭିଯାନ ।  ଗୋଟିଏ ମାସ ଧରି ଚାଲିବାକୁ ଥିବା ମହା ଜନସମ୍ପର୍କ ଅଭିଯାନର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନର ଅଜମେରରୁ ଆରମ୍ଭ ହୋଇଥିବା ଏହି ଅଭିଯାନ, ଆସନ୍ତା ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ରାଜ୍ୟ ବିଜେପି ପକ୍ଷରୁ କରାଯାଇଛି ଜୋରଦାର ପ୍ରସ୍ତୁତି ।

ସୂଚନାନୁଯାୟୀ ,  ଓଡ଼ିଶାରେ ହେବ 4 ମହାସମାବେଶ । ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗଦେବେ । ସେହିପରି ଆଗାମୀ ନିର୍ବାଚନ ପାଇଁ କ୍ଲଷ୍ଟର ବ୍ୟବସ୍ଥା କରାଯାଇଛି ।

Related posts

ବୈଦ୍ୟନାଥ ଛକରୁ ଜବତ ହୋଇଛି ୨୧୫ ବୋତଲ କଫ ସିରଫ

mahabharatanews

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

mahabharatanews

କିଏ ଜିତିବ ଭୁବନେଶ୍ୱର କ୍ଲବ?

mahabharatanews