ଓଡିଶା

କଂଗ୍ରେସ ଦଳରେ ଯୋଗଦେଲେ ବିଜେପି କର୍ମୀ

ଜୟପୁର : ଆଜି ଭାରତୀୟ ଜନତା ପାର୍ଟିର ଜିଲ୍ଲା, ବ୍ଲକ  ଓ ନଗର ସ୍ତରୀୟ କିଛି କାର୍ଯ୍ୟକର୍ତା ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ଙ୍କ ଉପସ୍ଥିତି ରେ କଂଗ୍ରେସ ରେ ଯୋଗଦେଲେ। ଜୟପୁର ବିଧାନସଭା କ୍ଷେତ୍ରର ଉନ୍ନତି ମୂଳକ କାର୍ଯ୍ୟ ,ଭାଲୁ ଭାଇନାଙ୍କ କାର୍ଯ୍ୟଶୈଳୀ ରେ ଅନୁପ୍ରାଣିତ ହୋଇ,ବିଜେପିର ଜିଲ୍ଲା ମିଡ଼ିଆ ସଯୋଜକ ଶ୍ରୀ ସଂଜୟ ବେହେରା,ଜୟପୁର ନଗରର ବିଜେପି ସମ୍ପାଦିକା ଶ୍ରୀମତୀ ଚିନ୍ମୟୀ ପାଇକରାଇ,ଜୟପୁର ବ୍ଲକ ଅନ୍ତର୍ଗତ ପୂର୍ବତନ ବିଜେପି ବ୍ଲକ ସଭାପତି ଶ୍ରୀ ନରସିଂହ ନାୟକ,ଜୟପୁର ନଗର ର ଶ୍ରୀ ସନ୍ତୋଷ ସାମନ୍ତରାୟ, ଶ୍ରୀମତୀ ପିଙ୍କି ମହାପାତ୍ର ଓ ଅନ୍ୟାନ୍ୟ ସଦସ୍ୟ କଂଗ୍ରେସରେ ଯୋଗଦେଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ,କୃଷିକ୍ଷେତ୍ର ,ପାନୀୟ ଜଳ,ବାସଗୃହ, ସହର ସୌନ୍ଦର୍ଯ୍ୟ କରଣ,ଜଙ୍ଗଲ ଜମି,ଆଦିବାସୀ ସଂସ୍କୃତି ର ବିକାଶ,କଳା ବିଜ୍ଞାନ ଏପରି ବିଭିନ୍ନ କ୍ଷେତ୍ରର ବିକାଶ ଜୟପୁର ବିଧାନସଭା କ୍ଷେତ୍ର ରେ ଶ୍ରୀ ବାହିନୀପତି ବିଧାୟକ ଙ୍କ ଦ୍ଵାରା ହୋଉଥିବା ଦେଖି ତଥା ଜୟପୁର ସର୍ବପୁରାତନ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ରେ ପରିଣତ କରିବାର ସଂକଳ୍ପ ର ପରିଣାମ ସ୍ୱରୂପ ବିଶ୍ୱବିଦ୍ୟାଳୟ ର ମାନ୍ୟତା ପାଇଛି ବିକ୍ରମଦେଵ ମହାବିଦ୍ୟାଳୟ। ବିଭିନ୍ନ ସମୟ ରେ ବିଭିନ୍ନ ସମସ୍ୟା ବିଧାନସଭା ରେ ଦମ୍ଭରେ ଉଠାଇ ବିଧାନସଭା ର ବାଘ ଭାବେ ପରିଚିତ ଶ୍ରୀ ବାହିନୀପତି ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଏହି ଅଞ୍ଚଳର ବିକାଶରେ ନିଜ ଶ୍ରମ ଦାନ କରିବା ସକାଶେ ବିଜେପି ପାର୍ଟି ଛାଡି କଂଗ୍ରେସ ରେ ଯୋଗଦେଲେ।ଆଗାମୀ ଦିନରେ ଅନେକ ଲୋକ ଭି ଏହିପରି କଂଗ୍ରେସ ରେ ଯୋଗଦେବେ ବୋଲି ଶ୍ରୀ ବାହିନୀପତି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜୟପୁର ନଗର ପୋୖରାଧକ୍ଷ ଶ୍ରୀ ନରେନ୍ଦ୍ର ମହାନ୍ତି,ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀ ଦେବେନ୍ଦ୍ର ବାହିନୀପତି, ବରିଷ୍ଠ ନେତା ଶ୍ରୀ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସୁକାନ୍ତ ପଟନାୟକ,ଜୟପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ବସନ୍ତ ନାୟକ, ଶ୍ରୀ ସାଧୁ ଚରଣ ଦାଶ ଚୌଧୁରୀ,ଶ୍ରୀ ପିଲୁ ମହାପାତ୍ର ଓ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

 

Related posts

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଛ ଦେଇ କୃତଜ୍ଞତା ଜଣାଇଲେ , ମସୁଣିହତା ବାସୀ

mahabharatanews

ଗଞ୍ଜାମ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶଦାତା କମିଟି ବୈଠକ

mahabharatanews

ଗୁରୁ ଦିବସ ଊପଲକ୍ଷେ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପାଇଁ ଆର୍ଟିକିଲ ଲେଖିଲେ ଛାତ୍ର

mahabharatanews

Leave a Comment