(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ଲୋକସଭା ଆସନକୁ ନେଇ ବିଜେପିରେ ଦ୍ୱନ୍ଦ ଲାଗି ରହିଛି । ରାଜ୍ୟର ୮୦ଟି ଲୋକସଭା ଆସନ ମଧ୍ୟରୁ ଦଳ ୫୧ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି । ଏହା ବ୍ୟତୀତ ଏନଡିଏରେ ସାମିଲ ହୋଇଥିବା ଦଳ ଦଳମାନଙ୍କୁ ବିଜେପି ୬ଟି ସିଟ୍ ଦେଉଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦଳ ୨୩ଟିକୁ ନେଇ ଆଲୋଚନା କରୁଛି । ବୈଠକ ପରେ ବିଜେପି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ନେଇ ସୂଚନା ରହିଛି ।
ସୂଚନାନୁଯାୟୀ , ସେପଟେ କେସିଆରଗଞ୍ଜ ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ନାମକୁ ନେଇ ଦ୍ୱନ୍ଦ ଲାଗି ରହିଛି । ଏଥି ସହିତ ଦେୱାରିଆ, ବାଲିୟା, ଗାଜିପୁର, ମେରଠ, ଗାଜିଆବାଦ, ରାୟବରେଲି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଆଜି ନୂଆଦିଲ୍ଲୀରେ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ପାଇଁ ଯାଉଛି । ବୈଠକ ପରେ ବିଜେପି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ନେଇ ସୂଚନା ରହିଛି ।
