(ତାମିଲନାଡୁ) : ଦିୱାଲୀ ହେତୁ ତାମିଲନାଡୁର ବିଭିନ୍ନ ବାଣ କାରଖାନାରେ ବାଣପ୍ରସ୍ତୁତି ଚାଲିଥିବା ବେଳେ ନାହିଁନଥିବା ଦୁର୍ଘଟଣା ସାମ୍ନାକୁ ଆସୁଛି । ଏହି କ୍ରମରେ ତାମିଲନାଡୁର ଦୁଇଟି ବାଣ କାରଖାନାରେ ମଙ୍ଗଳବାର ଦୁଇଟି ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ହୋଇଥିଲା। ଏହାର କିଛି ସମୟ ପରେ ବିରୁଧୁନଗର ଜିଲ୍ଲାର କାମ୍ମାପଟ୍ଟି ଗ୍ରାମରେ ଥିବା ବାଣ କାରଖାନାରେ ଆଉ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା।
ସୂଚନାନୁଯାୟୀ , ଅସୁରକ୍ଷିତ ବାତାବରଣ ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି ।ଗତ ୯ ତାରିଖରେ ମଧ୍ୟ ତାମିଲନାଡ଼ୁର ଆରିଆଲୁର ଜିଲ୍ଲା ବୀରାଗାଲୁରଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘରି ୭ ଜଣ ମୃତ୍ୟୁବରଣ କରିଥିଲେ ।
