ଓଡିଶା

ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ

ବ୍ରଜରାଜନଗର: ଝାରସୁଗୁଡ଼ାରେ ଥିବା ଏକ କାରଖାନାରେ ବିସ୍ଫୋରଣ ଘଟି ୭ ଶ୍ରମିକ ଗୁରୁତର ହୋଇଛନ୍ତି । ଜିଲାର ଲହଣ୍ଡାବୁଡ଼ ସ୍ଥିତ ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ଏହି ବିସ୍ଫୋରଣ ଘଟିଥିଲା। ଝାରସୁଗୁଡା ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଆଜି ସକାଳ ୯.୩୦ ମିନିଟରେ କାରଖାନାର ଦ୍ୱିତୀୟ ମହଲାରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ବିସ୍ଫୋରଣ ଘଟିଥିଲା। ଫଳରେ ସେଠାରେ କାର୍ଯ୍ୟରତ ୭ ଜଣ ଶ୍ରମିକ ଗରମ ତରଳ ଲୁହା ସଂସ୍ପର୍ଶରେ ଆସି ଜଳିଯାଇଥିଲେ । ସେମାନଙ୍କୁ ତୁରନ୍ତ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ବର୍ଣ୍ଣ ୟୁନିଟ ନ ଥିବାରୁ ସମସ୍ତଙ୍କୁ ରାଉରକେଲା ଆଇଜିଏଚ ହସ୍ପିଟାଲ ସ୍ଥାନନ୍ତରଣ କରାଯାଇଥିଲା । ବିସ୍ଫୋରଣର କାରଣ ଜଣାପଡି ନ ଥିବା ବେଳେ ଏହାର ତଦନ୍ତ କରାଯାଉଛି ।

Related posts

ହ୍ରାସ ପାଇଲା ସୁନା ଦର ଦାମ୍

mahabharatanews

ସମ୍ବଲପୁରୀ ଶାଢୀକୁ ବିଦ୍ୟାଙ୍କ ପ୍ରଶଂସା

mahabharatanews

ନକ ପରେ ଆରମ୍ଭ ହେବ ମେକ୍‍ ଇନ୍‍ ଓଡ଼ିଶା କନ୍‌କ୍ଲେଭ୍‌-୩

mahabharatanews