ଓଡିଶା

ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ

ବ୍ରଜରାଜନଗର: ଝାରସୁଗୁଡ଼ାରେ ଥିବା ଏକ କାରଖାନାରେ ବିସ୍ଫୋରଣ ଘଟି ୭ ଶ୍ରମିକ ଗୁରୁତର ହୋଇଛନ୍ତି । ଜିଲାର ଲହଣ୍ଡାବୁଡ଼ ସ୍ଥିତ ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ଏହି ବିସ୍ଫୋରଣ ଘଟିଥିଲା। ଝାରସୁଗୁଡା ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଆଜି ସକାଳ ୯.୩୦ ମିନିଟରେ କାରଖାନାର ଦ୍ୱିତୀୟ ମହଲାରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ବିସ୍ଫୋରଣ ଘଟିଥିଲା। ଫଳରେ ସେଠାରେ କାର୍ଯ୍ୟରତ ୭ ଜଣ ଶ୍ରମିକ ଗରମ ତରଳ ଲୁହା ସଂସ୍ପର୍ଶରେ ଆସି ଜଳିଯାଇଥିଲେ । ସେମାନଙ୍କୁ ତୁରନ୍ତ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ବର୍ଣ୍ଣ ୟୁନିଟ ନ ଥିବାରୁ ସମସ୍ତଙ୍କୁ ରାଉରକେଲା ଆଇଜିଏଚ ହସ୍ପିଟାଲ ସ୍ଥାନନ୍ତରଣ କରାଯାଇଥିଲା । ବିସ୍ଫୋରଣର କାରଣ ଜଣାପଡି ନ ଥିବା ବେଳେ ଏହାର ତଦନ୍ତ କରାଯାଉଛି ।

Related posts

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଧୁମ୍ ଧାମ୍ ରେ ଆୟୋଜନ

mahabharatanews

ଆଜିଠୁ ରାଜ୍ୟରେ ବର୍ଷା

mahabharatanews

ରାଜ୍ୟରେ ଆଜି ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ

mahabharatanews