ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ସ୍ଥିତ ସରକାରୀ ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନମେଳା ଉଦଘାଟିତ ହୋଇଯାଇଛି। ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଯୋଗ ଦେଇ ରିବନ କାଟି ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଅନ୍ୟ ଅତିଥି ଭାବେ ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀରରାଜୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର, ସରକାରୀ ଶ୍ରୀ ଭେଙ୍କଟେଶ୍ୱର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି ଗଙ୍ଗାଧର, ଏସ୍ ଏମ୍ ଟି ସଭାପତି ସବିତା ବାରିକ, ବ୍ଲକ ବିଜ୍ଞାନ ନିରୀକ୍ଷକ ମୋହନ କୁମାର ନାୟକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଏନ୍ ବିମଲ ପ୍ରମୁଖ ଉପସ୍ଥିତ ଥିଲେ।ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା। ଅତିଥିମାନେ ସମସ୍ତ ପ୍ରତିଯୋଗିମାନଙ୍କୁ ବିଜ୍ଞାନର ଆବଶ୍ୟକତା ସମ୍ବନ୍ଧରେ ଉଦବୋଧନ କରିବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ଏହା ପରେ ବିଜ୍ଞାନ ପ୍ରକଳ୍ପ ଉଦଘାଟିତ ହୋଇଥିଲା l ଅତିଥିବୃନ୍ଦ ସମସ୍ତ ବିଜ୍ଞାନ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ l ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟରୁ 150 ରୁ ଉର୍ଦ୍ଧ ପ୍ରକଳ୍ପ ସ୍ଥାନ ପାଇଲା l କୁନି କୁନି ବୈଜ୍ଞାନିକ ମାନଙ୍କର ସ୍ୱପ୍ରକଳ୍ପକୁ ପଦର୍ଶନ କରିଥିଲେ। ମୋଟ ନଅଟି ବିଷୟ ବସ୍ତୁ ଉପରେ ଆଧାରିତ ବିଜ୍ଞାନ ପ୍ରକଳ୍ପ ଗୁଡିକୁ ଆଣି ଆସିଥିବା ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟରୁ ମନୋନୀତ ହୋଇଥିବା ପ୍ରକଳ୍ପ ଗୁଡିକ ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ ପ୍ରଦର୍ଶିତ ହେବାପାଇଁ ସିଦ୍ଧାନ୍ତ ହୋଇଥିଲା ସୁଲତା ଶୁଭଦର୍ଶନୀ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି ଗଙ୍ଗାଧର ଧନ୍ୟବାଦ ଅର୍ପଣ କରିଥିଲେ l
