ବଲାଙ୍ଗୀର : ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ଗ୍ରାମ ପଞ୍ଚାୟତ କାର୍ୟ୍ୟଳୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତା ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ନୀତିନ କୁଶଳକର ଯୋଗଦେଇ ଲୋକ ମାନଙ୍କର ବିଭିନ୍ନ ସମସ୍ୟା ସହ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୦୮ ଗୋଟି ଅଭିଯୋଗ ପଞ୍ଚିକୃତ ହୋଇଥିଲା । ସେଥିରୁ ସାମୁହିକ ଭାବରେ ୧୨ ଟି ଅଭିଯୋଗ , ବ୍ୟକ୍ତିଗତ ୯୬ ବ୍ୟକ୍ତିଗତ ୧ ଗୋଟି ମାମଲାରେ ତତ୍କାଳ ସମାଧାନ କରା ଯାଇଥିଲା । ସେହି ପରି ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରା ଯାଇଥିଲା । ଏଥିରେ ପାନୀୟ ଜଳ ସମସ୍ୟା , ମାହାତ୍ମାଗାନ୍ଧୀ , ଗ୍ରାମ୍ୟା ନିଶ୍ଚିତ କର୍ମନିୟୁକ୍ତି ଯୋଜନା , ଶିକ୍ଷା , ବାଦ୍ଧକ୍ୟଭତ୍ତା , ବିଧବା ଭତ୍ତା , ରାସନ କାର୍ଡ ସହ ଅବଶିଷ୍ଟ ମାମଲା ଗୁଡିକୁ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିଦ୍ଧେଶ ଦିଆ ଯାଇଥିଲା । ଏହି ଜନ ଶୁଣାଣିରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ , ବିଡିଓ ସୁମନ୍ତ କୁମ୍ଭାର , ତସିଲଦାର ଲକ୍ଷ୍ମଣ ମାଝିଙ୍କ ସମିତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କୃଷି ବିଭାଗ ଉଦ୍ୟାନବିଭାଗ , ଶିକ୍ଷା ବିଭାଗ , ସ୍ବାସ୍ଥ୍ୟ ବିଭାଗ , ପ୍ରାଣୀଚିକିତ୍ସା ବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ , ଗ୍ରାମ୍ୟ ପାନୀୟ ଜଳ ଯୋଜନା ବିଭାଗର , ଆଇସିଡିଏସ୍ ବିଭାଗ , ପୁଲିସ ବିଭାଗ , ଜଙ୍ଗଳ ବିଭାଗ , ଲାଇନ୍ ବିଭାଗ ଏବଂ ଖୁଣ୍ଟସମଲାଇର ସରପଞ୍ଚ ଶ୍ରୀମତୀ ସୁଶିଳା ମେହେର , ସମିତି ସଭ୍ୟା ଶ୍ରୀମତୀ ସାବିତ୍ରୀ ନାଗ ଏବଂ ଅନନ୍ୟ ପଞ୍ଚାୟତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଶୁଣାଣି କରିବାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସହଯୋଗ କରିଥିଲେ । ହାଇ ସ୍କୁଲ ପଡିଆ ଠାରେ ଆୟୋଜିତ ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ଜିଲ୍ଲାପାଳ ବୁଲି ଦେଖିବା ସହ ବିଭିନ୍ନ ସ୍ବଂୟ ସହାୟକ ଗୋଷ୍ଠି ମାନଙ୍କୁ ଚେକ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଲେ ସ୍ଥାନିୟ ନିରଞ୍ଜନ ଭୋଇ ହାଇସ୍କୁଲ ୫ଟି ଯୋଜନାରେ ସାମିଲ ହୋଇ ଚାଲିଥିବା କାମକୁ ଜିଲ୍ଲାପାଳ ଚଞ୍ଚଳ ରାଣା ବୁଲି ଦେଖି ଥିଲେ ।
previous post