ଅପରାଧଓଡିଶା

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଭାଇର ମୃତ୍ୟୁ

ଭଦ୍ରକ : ପ୍ରେମିକ ଘଟିଲା ଉନ୍ନତ କାଣ୍ଡ । ସାମାନ୍ୟ ବଚସା ନେଲା ଜୀବନ । ପ୍ରେମିକ ମାରିଲା ନିଜ ପ୍ରେମିକାର ଭାଇକୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ପାଳସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବାଶିଷ ପ୍ରଧାନ। ସୂଚନାନୁସାରେ , ଦେବାଶିଷ ଭଉଣୀଙ୍କ ସହ ନନ୍ଦ କିଶୋରଙ୍କର ପ୍ରେମ ସମ୍ପର୍କ ଥିଲା। ହେଲେ ଦେବାଶିଷ ଏହାକୁ ବିରୋଧ କରୁଥିଲେ। ଗତକାଲି ସନ୍ଧ୍ୟାରେ ଦେବାଶିଷ ପାଳସାହି ବଜାରକୁ ଯାଇଥିବା ବେଳେ ନନ୍ଦ କିଶୋରଙ୍କ ସହ ତାଙ୍କର ବଚସା ହୋଇଥିଲା।

ପରେ ନନ୍ଦକିଶୋର ଉତ୍ତ୍ୟକ୍ତ ହୋଇ ଛୁରୀ ଆଣି ଦେବାଶିଷଙ୍କୁ ଭୁସି ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଦେବାଶିଷଙ୍କର ମୃତ୍ୟୁ ଘଟିଥିଲା। ଧୁଷୁରୀ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ପୂର୍ବରୁ ନନ୍ଦକିଶୋର ଦେବାଶିଷ ଭଉଣୀଙ୍କୁ ନେଇ ବାଙ୍ଗାଲୋର ପଳାଇ ଯାଇଥିଲେ। ପୁଲିସ ବାଙ୍ଗାଲୋରରୁ ଦେବାଶିଷ ଭଉଣୀଙ୍କୁ ଉଦ୍ଧାର କରିଥିଲା। ଏବେ ନନ୍ଦକିଶୋରକୁ ଅଟକ ରଖିଛି ପୋଲିସ ।

Related posts

ଦୋକାନ ଗୃହରେ ଭୟଙ୍କର ଅଗ୍ନିକାଣ୍ଡ

mahabharatanews

ଶିକ୍ଷକ ଆନ୍ଦୋଳନ; ୨୩ରେ ସରକାରଙ୍କ ସହ ଆଲୋଚନା

mahabharatanews

ଭୁବନେଶ୍ୱର ଓ କଟକ ବାର ମାଲିକଙ୍କ ପାଇଁ କଡ଼ା ନିର୍ଦ୍ଦେଶ

mahabharatanews