ଓଡିଶା

ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ, ରାସ୍ତାରେ ୫ଫୁଟର ପାଣି

(କଳାହାଣ୍ଡି) :  ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବନ୍ଧ । କଲମପୁର ବ୍ଲକ ଦେପୁର ନିକଟରେ ୪୦ଫୁଟ ଘାଇ ସୃଷ୍ଟି ହୋଇଛି । ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି । ଶହ ଶହ ହେକ୍ଟର ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି । ରବିବାର ବିଳମ୍ବିତ ରାତିରେ ଦେପୁର ଗାଁ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଘାଇ ହୋଇଥିଲା । ରାତିରେ ସମସ୍ତେ ଶୋଇଥିବା ବେଳେ ହଠାତ୍‌ ଗାଁ ଭିତରେ ପାଣି ପଶିଯାଇଥିଲା ।

ସୂଚନାନୁଯାୟୀ , ଘର ଭିତରେ ପାଣି ଦେଖି ଲୋକମାନେ କୌଣସିକ୍ରମେ ଘର ବାହାରକୁ ବାହାରିଥିଲେ । ଏପିରିକି ଘରର ଆଜବେଷ୍ଟ ଭାଙ୍ଗି ବାହାରକୁ ଆସିଥିଲେ । କୋଟିଆରେ ପୋଲିଓ ଟିକା ଦେଲା ଆନ୍ଧ୍ର, ନିରାଶ ହୋଇ ଫେରିଲା ଓଡ଼ିଶା ଟିମ୍ ସେପଟେ କେନାଲ ବନ୍ଧ ଭାଙ୍ଗିବା ପରେ ଗାଁ ରାସ୍ତାରେ ୫ଫୁଟ୍‌ ପାଣି ଚାଲିଛି । ଲୋକଙ୍କ ଘରେ ପାଣି ପଶି ଅନେକ ସାମଗ୍ରୀ ଏବଂ ଆସବାବପତ୍ର ନଷ୍ଟ ହୋଇଛି । ଘଟଣା ସ୍ଥଳରେ ଉପର ଇନ୍ଦ୍ରାବତୀ ଜଳ ସେଚନ ବିଭାଗର ବରିଷ୍ଠ ଅଧିକାରୀ, ସ୍ଥାନୀୟ ବିଡ଼ିଓ ଓ ତହସିଲଦାର ପହଞ୍ଚି କ୍ଷୟ କ୍ଷତିର ଆକଳନ କରୁଛନ୍ତି l ଅନ୍ୟପଟେ କଲମପୁର ଅଗ୍ନିଶମ ବିଭାଗର ର୍କମଚାରୀ ପହଞ୍ଚି ଗାଁରେ ଜଳ ନିସ୍କାସନ ସହିତ ଜଳ ବନ୍ଦୀ ପରିବାର ମାନଙ୍କୁ ଉଦ୍ଧାର କରାଯାଉଛି ।

Related posts

ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୨୩ଦିନ

mahabharatanews

ଜେଟିରୁ ମତ୍ସଜୀବିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews

ମହାନଦୀରେ ବିରଳ ଘଡ଼ିଆଳ ମା’ କୁମ୍ଭୀର

mahabharatanews