ଅପରାଧ

ସଢ଼ୁ ମାରିଲା ସଢ଼ୁକୁ

(ଆଳି): ପୂର୍ବ ଶତୃତାକୁ କେନ୍ଦ୍ର କରି ଭୁଜାଲି ମୁନରେ ସଢ଼ୁର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅନ୍ତର୍ଗତ ତରାସ ଗାଁରେ । ସୂଚନା ଅନୁଯାୟୀ ଦୁଇ ସଢ଼ୁଙ୍କ ନାମ ସୁରେନ୍ଦ୍ର ଓ ଗଣେଶ । ପୂର୍ବରୁ ସୁରେନ୍ଦ୍ର, ଗଣେଶଙ୍କୁ ମାରିବାକୁ ଯୋଜନା କରୁଥିବା ବେଳେ ଗତକାଲି ରାତିରେ ତାଙ୍କ ଘର ନିକଟରେ ଲୁଚି ରହିଥିଲା । ତେବେ ଭୋର ସମୟରେ ଗଣେଶ ବାହାରକୁ ଉଠିଥିବା ବେଳେ ତାଙ୍କୁ ସୁରେନ୍ଦ୍ର ଭୁଜାଲିରେ ଆକ୍ରମଣ କରିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଗଣେଶଙ୍କ ମୃତ୍ୟୁ ଘଟିଥିଲା । ଗଣେଶଙ୍କ ଚିକ୍ରାର ଶୁଣି ତାଙ୍କ ମା’ ଓ ସ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସୁରେନ୍ଦ୍ର ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରି ଘଟଣା ସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେହି ସମୟରେ ଗାଁ ଲୋକେ ସୁରେନ୍ଦ୍ରଙ୍କୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି । ତେବେ ଗଣେଶଙ୍କ ମା’ ଓ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related posts

ପଡିଶା ଘର ମହିଳାଙ୍କୁ ଦୁଷ୍କର୍ମ, ୧ ଗିରଫ

mahabharatanews

ବନ୍ଦ ଘରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଲେ ଦୁର୍ବୁତ୍ତ

mahabharatanews

କାଜୁ ଜଙ୍ଗଲରେ ବୋମା ମାଡ: ୨ ଜଣ ଗୁରୁତର

mahabharatanews