ଅପରାଧ

ଜେଲରେ ବ୍ରାଉନସୁଗାର: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର: ଖୋର୍ଦ୍ଧା ସବ୍ ଜେଲ ଭିତରେ ଚାଲିଥିଲା ବ୍ରାଉନସୁଗାର ବା ଧଳା ଜହର ବେପାର । ଫୋନରେ କାରବାର ଚାଲିଛି । ଆଉ ଏସବୁ କାରବାର ଚଳାଇଛନ୍ତି ବ୍ରାଉନସୁଗାର ମାଫିଆ । ଏହା ଜଣାପଡିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ । ଘଟଣାର ତଦନ୍ତ ଖୋର୍ଦ୍ଧା ପୋଲିସ କରିବ । ଜେଲ୍ ଜେଲ୍ ର ସେଲ୍ ଭିତରେ ଚାଲିଛି ପୁଡିଆ ବନ୍ଧା ।
ଜେଲର ନିଷିଦ୍ଧ କୋଠରୀ ଭିତରେ ଏସବୁ କାରବାର ଚାଲିଛି । ଯେଉଁମାନଙ୍କୁ ବ୍ରାଉନସୁଗାର ଚୋରା କାରବାର ପାଇଁ ଗିରଫ କରାଯାଇ ଜେଲ୍ ଭିତରେ ରଖାଯାଇଛି ସେମାନେ ହିଁ ସାଜିଛନ୍ତି ବ୍ରାଉନସୁଗାର କାରବାରର ମୁଖ୍ୟ କାର୍ପଟଦାର । ଜେଲ୍ କର୍ମଚାରୀ ଜଗିଛନ୍ତି । ଆଉ ସମସ୍ତଙ୍କ ନାକ ତଳେ ଚାଲିଛି କାରବାର ।
ଗତ କିଛି ଦିନ ମଧ୍ୟରେ ଅନେକ ବ୍ରାଉନସୁଗାର ମାଫିଆ ଧରାପଡିଛନ୍ତି । ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଜେଲ୍ ଚାରି କାନ୍ଥ ଭିତରେ ଅପରାଧୀ ଥିଲେ ବି ସଠିକ ଜାଗାରେ ବ୍ରାଉନସୁଗାର ପହଞ୍ଚାଉଛନ୍ତି । ଏଠି ଥିବା କଏଦୀଙ୍କୁ ୨୪ ଘଣ୍ଟା ଜଗିଛନ୍ତି ଜେଲ୍ କର୍ମଚାରୀ । ହେଲେ ଯେମିତି କାରବାର ଚାଲିଛି, ଲାଗୁଛି ଏଥିରେ ସମସ୍ତଙ୍କ ହାତ ରହିଛି । ବ୍ରାଉନସୁଗାର ମାଷ୍ଟରମାଇଣ୍ଡମାନେ ବ୍ରାଉନସୁଗାର ବେପାର ଚଳାଇଛନ୍ତି । ସମସ୍ତଙ୍କ ହାତରେ ମୋବାଇଲ୍ ରହିଛି । ବାହାର ଦୁନିଆ ସହ କଣ୍ଟାକ୍ଟରେ ଅଛନ୍ତି । ଜେଲ୍ ଭିତରେ ଚାଲିଛି ଅପରାଧ ଏବଂ ଅପରାଧିକ କାର୍ୟ୍ୟକଳାପର ନିୟନ୍ତ୍ରଣ ।ମିଆଁମାର ଏବଂ ବାଂଲାଦେଶ, କୋଲକାତାରୁ ଆସୁଛି ବ୍ରାଉନସୁଗାର । ଏସବୁ ଜଳେଶ୍ବରକୁ ଆସିବା ପରେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚୁଛି । ଗଳି କନ୍ଦିରେ ବିକ୍ରି ହେଉଛି ।

Related posts

ଗାଡି ଧକ୍କାରେ ୨ଜଣକର ମୃତ୍ୟୁ ଜଣେ ଗୁରୁତର

mahabharatanews

ମନ୍ନତରେ ଏନସିବି ଟିମର ଚଢାଉ 

mahabharatanews

କର୍ମଚାରୀଙ୍କୁ ମାରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ପାଇପ

mahabharatanews

Leave a Comment