ଅପରାଧ

୨ ମାସ ବିତିଲେ ମଧ୍ୟ ନାବାଳିକା ଅପହୃତାର ଟେର ପାଉନି ପୁଲିସ

ଭୁବନେଶ୍ବର: ଦୁଇମାସ ତଳେ ନୟାପଲ୍ଲୀ ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ନାବାଳିକାର ଏପର୍ଯ୍ୟନ୍ତ କୌଣସି ଟେର ପାଇନି ପୁଲିସ। ଲକଡାଉନର ପ୍ରାରମ୍ଭିକ ପର୍ଯ୍ୟାୟ ମାର୍ଚ୍ଚ ୨୯ ସଂଧ୍ୟାରେ ନାବାଳିକା ଘର ବାହାରକୁ ଆସଥିଲେ । ତା ପରଠାରୁ ତାଙ୍କର କୌଣସି ପତ୍ତା ପରିବାର ଲୋକେ ପାଇ ନ ଥିଲେ । ବହୁ ଖୋଜା ଖୋଜି ପରେ ସ୍ଥାନୀୟ ଜଣେ ଯୁବକ ନାବାଳିକାକୁ ନେଇ କେଉଁଆଡ଼େ ଫେରାର ହୋଇଯାଇଥିବା ଘରଲୋକ ସୂଚନା ପାଇଥିଲେ। ଉକ୍ତ ଦିନ ରାତି ପ୍ରାୟ ୧୦ଟା ୩୦ରେ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ୍ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ୨ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ ହାତରେ କିଛି ଲାଗିନାହିଁ ।
ଚର୍ଚ୍ଚା ହେଉଛି କି, ଝିଅକୁ ଅପହରଣ କରିଥିବା ଯୁବକ ପଛରେ ଜଣେ ସ୍ଥାନୀୟ ନେତାଙ୍କ ପ୍ରୋତ୍ସାହନ ରହିଛି। ଘଟଣାରେ ଉକ୍ତ ନେତାଙ୍କ ହାତ ରହିଥିବାରୁ ପୁଲିସ୍ ତଦନ୍ତ ନ କରି ଚୁପ ବସିଛି। ବର୍ତ୍ତମାନ କରୋନା ନିୟମାବଳି ଆଳରେ ପୁଲିସ୍ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି। ଥାନା ପକ୍ଷରୁ କୁହାଯାଉଛି, ଯୁବକର ମୋବାଇଲ୍ ଟ୍ରାକିଂ କରାଯାଇ ଛାନଭିନ ଚାଲିଛି। କିନ୍ତୁ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ସୂଚନା ମିଳିପାରୁ ନାହିଁ।

Related posts

ଦେଢଶୂରର ଶାବଳ ମାଡରେ ମହିଳାଙ୍କ ମୃତ୍ୟୁ

mahabharatanews

ବାଂଶଡା ପୋଲିସକୁ ସଫଳତା, ହତ୍ୟାକାରୀର କଲା ସିନ ରିକ୍ରିଏସନ

mahabharatanews

ବରପାଲି ପିଇଓଙ୍କ ଘର ଉପରେ ଭିଜିଲାନ୍ସ ଚଢଉ

mahabharatanews