ଓଡିଶା

ଲକ୍ଷେ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀଙ୍କୁ କାବୁ କଲେ ଗ୍ରାମବାସୀ

(ଅଜିତ ସାହୁ/ଜଳେଶ୍ୱର): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ଧଳାଜହର କାରବାର । ଆଜି ଜଳେଶ୍ୱର ଥାନା ଅଞ୍ଚଳରେ ବ୍ରାଉନସୁଗାର ଜବତ କରାଯିବା ସହ ଏହି କାରବାରରେ ସମ୍ପୃକ୍ତ ବେପାରୀଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ଶେକସରାଇ ଗାଁର ସୁକୁମାର ଦାସଗୁପ୍ତା ଦୀର୍ଘ ଦିନ ଧରି ବ୍ରାଉନ ସୁଗାର ବେପାର କରିଆସୁଥିଲେ । ଏନେଇ ତାଙ୍କୁ ଗାଁ ଲୋକେ ତାଗିଦ୍ କଲାପରେ ମଧ୍ୟ ସେ ଏହି କାମ ବନ୍ଦ କରିନଥିଲେ । ଫଳରେ ତାଙ୍କୁ ଧରିବା ପାଇଁ ଗ୍ରାମବାସୀମାନେ ଯୋଜନା କରିଥିଲେ । ଆଜି ସକାଳେ ସୁକୁମାର କିଛି ଲୋକଙ୍କୁ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଗାଁ ଲୋକେ ତାଙ୍କୁ କାବୁ କରିଥିଲେ । ଏହି ସମୟରେ ନିଜ ପାଖରେ ଥିବା ବିପୁଳ ପରିମାଣର ବ୍ରାଉନସୁଗାରକୁ ଫୋପାଡି ଦେଇ ସେ ଖସିଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୁକୁମାରଙ୍କୁ ଗାଁ ଲୋକେ କାବୁ କରି ଜଳେଶ୍ୱର ପୋଲିସକୁ ଜିମା ଦେଇଛନ୍ତି । ଜଳେଶ୍ୱର ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଉକ୍ତ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ଗ୍ରାମବାସୀଙ୍କ ସାହସିକତାକୁ ପ୍ରଶଂସା କରାଯାଇଛି ।

Related posts

ଘରଭଡା ମାଗିବାରୁ ମାଲିକଙ୍କୁ ଛାତରୁ ଠେଲିଦେଲେ ଭଡାଟିଆ

mahabharatanews

ରାଜଧାନୀରେ ଡେଙ୍ଗୁ ଆତଙ୍କ,  ୧୭୫ ଜଣ ପଜିଟିଭ୍ ଚିହ୍ନଟ 

mahabharatanews

ସରୋଜକୁ ବଳିର ବୋଦା କଲେ ବୋଥ୍ରା!

mahabharatanews

Leave a Comment