ଓଡିଶା

ସାମାଜିକ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

(ରିପୋଟର୍ସ ଟୁଡେ/କଟକ): ରାଜ୍ୟର ଅଗ୍ରଣୀ ସମାଜିକ ସଂଗଠନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ”, (ବିସିଟି) ଓ କଟକ “ବନ୍ଧୁତ୍ୱ ଚାରିଟେବୁଲ ଟ୍ରଷ୍ଟ”ର ମିଳିତ ସଂଯୋଜନାରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ରକ୍ତଦାତା ମାନେ ସମାଜିକ ଦୂରତା ରକ୍ଷା କରି ରକ୍ତଦାନ କରିଥିଲେ । ଏହି ଶିବିରକୁ ବିସିଟିର ସଭାପତି ଇଂ. ବିମଳ ଦାସ ପରିଚାଳନା କରିଥିବାବେଳେ ଉଭୟ ଟ୍ରଷ୍ଟର ସ୍ୱେଚ୍ଛାସେବୀ ଵର୍ଗ ନରେଶ ବେହେରା, ସୁରଜ ବେହେରା, ଦୀପକ ଚୌଧୁରୀ, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କରିଥିଲେ । ଏସିପି ଶ୍ରୀଯୁକ୍ତ ଲଲିତେନ୍ଦୁ ମହାନ୍ତି, ରେଡ଼କ୍ରସ ନିର୍ଦ୍ଦେଶକ ବିନାୟକ ପ୍ରସାଦ ପୃଷ୍ଟି, ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ, ସଂଯୋଜକ ଅବିନାଶ ଦାସ ଓ ଅନ୍ୟ ବ୍ୟକ୍ତିବିଶେଷ ଉଭୟ ଟ୍ରଷ୍ଟର ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବାସହ ଏହିପରି ସେବାକାର୍ୟ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

Related posts

ଶ୍ରୀମନ୍ଦିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ

mahabharatanews

ଏମ୍ଆଇ ସିଣ୍ଡ୍ରମ ମୁଣ୍ଡ ବିନ୍ଧାର କାରଣ….

mahabharatanews

ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଉପରେ କଟକଣା ପାଇଁ ଦାବି

mahabharatanews