ଭାରତ

ଖାତକୁ ଖସିପଡ଼ିଲା ବସ୍‌, ୧୧ ମୃତ ଓ ୮ ଗୁରୁତର

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ବସଟି ଖାତକୁ ଖସିପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୮ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ପୁଞ୍ଚ୍‌ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଯେ ବସ୍‌ଟି ସୁଜିୟାନ୍‌ରୁ ମାଣ୍ଡି ଅଭିମୂଖେ ଯାଉଥିବା ବେଳେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣାଟି ଘଟିବା ପରେ ସ୍ଥାନୀୟ ଲୋକେ, ସ୍ଥାନୀୟ ପୁଲିସ୍‌ ଓ ସେନାର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆହତମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Related posts

କ୍ରିକେଟ ଖେଳିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

mahabharatanews

ପରଲୋକରେ ରେଡିଓ ଘୋଷକ ଅମିନ ସାୟାନୀ

mahabharatanews

ସିକନ୍ଦରାବାଦ-ବିଶାଖାପାଟଣା ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

mahabharatanews