ଭାରତରାଜନୀତି

ସୁପ୍ରିମକୋର୍ଟରେ ବନ୍ଦହେଲା ବାବ୍ରି ମାମଲା

ଅଭିଯୁକ୍ତ ଓ ଆବେଦନକାରୀଙ୍କ ମୃତ୍ୟୁ ଲାଗି ମାମଲା ବନ୍ଦ କଲେ କୋର୍ଟ

ନୂଆଦିଲ୍ଲୀ: ମଙ୍ଗଳବାର ସପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦାଏର ହୋଇଥିବା ପୁରୁଣା ମାମଲା ଗୁଡିକରେ ଅଭିଯୁକ୍ତ ଓ ଆବେଦନକାରୀଙ୍କ ମୃତ୍ୟୁ ଘଟିଥିବାରୁ କୋର୍ଟ ସମ୍ପୃକ୍ତ ମାମଲା ଗୁଡିକୁ ବନ୍ଦ କରିଦେଇଛନ୍ତି। ଏହିକ୍ରମରେ ବାବ୍ରି ମସଜିଦ ଭଙ୍ଗା ଘଟଣାରେ ଦାୟର ହୋଇଥିବା ମାମଲାକୁ କୋର୍ଟ ବନ୍ଦ କରିଦେଇଛନ୍ତି। ସମ୍ପୃକ୍ତ ଘଟଣାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଓ ଆବେଦନକାରୀ ଅସଲମ୍ ଭୁରେଙ୍କର ମୃତ୍ୟୁ ଘଟି ସାରିଲାଣି। ସମ୍ପୃକ୍ତ ମାମଲାଟି ୩୦ ବର୍ଷ ତଳର। ପୂର୍ବରୁ ଅଦାଲତ ଅବମାନନା ପିଟିସନ ଦାୟର କରାଯିବାର ଥିଲା। ଏହାଛଡା ପିଟିସନ ଦାଏରକାରୀଙ୍କ ପ୍ରତିବଦଳରେ ଜଣେ ଆମିକସ କ୍ୟୁରିଙ୍କୁ ଉକ୍ତ ମାମଲାର ପ୍ରତିନିଧିତ୍ୱ କରିବା ଲାଗି ଅନୁମତି ଦେବା ପାଇଁ ଆଡଭୋକେଟ ଏମ ଏମ କାଶ୍ୟପ କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ଏହାଛଡା ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ଜମି ବିବାଦକୁ ୬ ଜଣିଆ ଖଣ୍ଡପୀଠ ଗତ ୨୦୧୯ ନଭେମ୍ବର ୯ ତାରିଖରେ ସମାଧାନ କରାଯାଇଥିବାରୁ ଏହାର କୌଣସି ମୂଲ୍ୟ ନଥିବା ଦର୍ଶାଇ ମାମଲାକୁ ବନ୍ଦ କରିଦେଇଛନ୍ତି।

Related posts

ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ଅଚାନକ ଆଉ ଏକ ଭୂସ୍ଖଳନ 

mahabharatanews

ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

mahabharatanews

ଗୋଟିଏ ଫ୍ରେମରେ ଅମ୍ବାନୀଙ୍କ ପୂରା ପରିବାର

mahabharatanews