ଓଡିଶା

୨୨ରୁ ଧାରଣାରେ ବସିବେ ବସ ମାଲିକ , ୧ରୁ ବସ୍‌ ଧର୍ମଘଟ

(ଭୁବନେଶ୍ୱର) : ପୁଣି ରାଜ୍ୟବାପୀ ହେବ ବସ୍‌ ଧର୍ମଘଟ । ଡିସେମ୍ବର ୧ରୁ ସାରା ରାଜ୍ୟରେ ହେବ ବସ୍‌ ଧର୍ମଘଟ ନେଇ ଘରୋଇ ମାଲିକ ସଂଘର ନିଷ୍ପତ୍ତି ନେଇଛି । ଏହା ସହ ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ମାଲିକ ଧାରଣାରେ ବସିବେ ।  ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଏହି ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ । କିନ୍ତୁ ଦଶହରା ସମୟରେ ବସ୍ ଚଳାଚଳ ନ କରିବାରୁ ବହୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ପରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା ପରେ ୩୧ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରହିଥିଲା । ବର୍ତ୍ତମାନ ପୁଣି ଡିସେମ୍ବର ପହିଲାରୁ ରାଜ୍ୟବାପୀ ବସ୍ ଧର୍ମଘଟ କରିବା ନେଇ ନିଷ୍ପତ୍ତି ନେଇଛି ସଂଘ ।

Related posts

କରୋନାକୁ ମାତ୍ ଦେଲା ୧୩ ମାସର ଶିଶୁ

mahabharatanews

ମହାପ୍ରଭୁଙ୍କୁ ସମର୍ପି ଦେଲେ ୭୫ ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର 

mahabharatanews

ରାଜ୍ୟ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତ୍ତି ଦୁଃଭାର୍ଗ୍ୟଜନକ: କଂଗ୍ରେସ

mahabharatanews