ଓଡିଶା

୨୨ରୁ ଧାରଣାରେ ବସିବେ ବସ ମାଲିକ , ୧ରୁ ବସ୍‌ ଧର୍ମଘଟ

(ଭୁବନେଶ୍ୱର) : ପୁଣି ରାଜ୍ୟବାପୀ ହେବ ବସ୍‌ ଧର୍ମଘଟ । ଡିସେମ୍ବର ୧ରୁ ସାରା ରାଜ୍ୟରେ ହେବ ବସ୍‌ ଧର୍ମଘଟ ନେଇ ଘରୋଇ ମାଲିକ ସଂଘର ନିଷ୍ପତ୍ତି ନେଇଛି । ଏହା ସହ ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ମାଲିକ ଧାରଣାରେ ବସିବେ ।  ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଏହି ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ । କିନ୍ତୁ ଦଶହରା ସମୟରେ ବସ୍ ଚଳାଚଳ ନ କରିବାରୁ ବହୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହା ପରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା ପରେ ୩୧ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରହିଥିଲା । ବର୍ତ୍ତମାନ ପୁଣି ଡିସେମ୍ବର ପହିଲାରୁ ରାଜ୍ୟବାପୀ ବସ୍ ଧର୍ମଘଟ କରିବା ନେଇ ନିଷ୍ପତ୍ତି ନେଇଛି ସଂଘ ।

Related posts

ସାଧାରଣ ଗାଡିକୁ ସ୍ବତନ୍ତ୍ର କୋଭିଡ-୧୯ ଆମ୍ବୁଲାନ୍ସରେ ପରିଣତ

mahabharatanews

ଭାରରେ ନଦୀ ପାର କଲେ ଗର୍ଭବତୀ

mahabharatanews

ଅନଲାଇନ ବୁକିଂରେ ଘରେ ମିଳିବ ଔଷଧ

mahabharatanews