ଓଡିଶା

ବ୍ୟଞ୍ଜନ ଦ୍ୱାଦଶୀ ବେଶ ଗୌଡୀୟ ମଠରେ ଅନୁଷ୍ଠିତ

(ମହାଭାରତ/ଗୋପ): ପ୍ରଭୂ ଶ୍ରୀକୃଷ୍ଣଙ୍କୁ ମା ଯଶୋଦା ବହୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ । ଆଉ ଏହାକୁ ପୁରୀରେ ଥିବା ଗୌଡୀୟ ମଠରେ ଧୁମ ଧାମରେ ପାଳନ କରାଯାଇଛି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଗରେ ବଢା ଯାଇଛି ୬୭୧ ପ୍ରକାରର ବ୍ୟଞ୍ଜନ । ବିଭିନ୍ନ ରକମର ପିଠା, ମିଠା, ଅନ୍ନ, ଶାଗ, ଡାଲି , ଖିରି ଆଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରଭୂ ଶ୍ରୀକୃଷ୍ଣଙ୍କୁ ଅ ।ଜି ଅର୍ପଣ କରାଯାଇଛି । ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ପୁରୀ ରେ ଥିବା ଶ୍ରୀଗୌର ବିହାର ଅ ।ଶ୍ରମରେ ପ୍ରଭୂ ଶ୍ରୀକୃଷ୍ଣଙ୍କୁ ଶ୍ରଦ୍ଧାଳୁମାନେ ମିଶି ୬୭୧ ପ୍ରକାର ବ୍ୟଞ୍ଜନ ପରସି ପ୍ରଭୂ ଶ୍ରୀକୃଷ୍ଣଙ୍କ ଉଦେଶ୍ୟରେ ଧୁମ ଧାମରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ ହୋଇଛି । ଅ ।ଜିର ଦିନରେ ମା ଯଶୋଦା ପ୍ରଭୂ ଶ୍ରୀକୃଷ୍ଣଙ୍କୁ ବୋହୁ ସ୍ୱ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଦେଇଥିଲେ । ଏହି ସ୍ମୃିତି କୁ ଉଜୀବିତ କରି ରଖିବା ପାଇଁ ପୁରୀର ମାତା ମଠରେ ଏହି ଦିନକୁ ଅତ୍ୟନ୍ତ ଅ ।ନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ବ୍ୟଞ୍ଜନ ଦ୍ୱାଦଶୀ ପାଇଁ ରବିବାର ମଧ୍ୟରାତ୍ରୀରୁ ଶ୍ରଦ୍ଧାଳୁମାନେ ପ୍ରସ୍ତୁତି ଅ ।ରମ୍ଭ କରିଥିଲେ । ମଧ୍ୟ ରାତ୍ରୀରୁ ଅ ।ରମ୍ଭ ହୋଇଥିଲା ସମସ୍ତ ବ୍ୟଞ୍ଜନ ପ୍ରସ୍ତୁତି, ଯାହାକି ଦୀର୍ଘ ଦଶ ଘଂଟା ଲାଗିଥିଲା । ତେବେ ଏହି ବ୍ୟଞ୍ଜନ ପ୍ରସ୍ତୁତି ରେ ବେଶ ଅ ।ନନ୍ଦ ରହିଥିବା ଶ୍ରଦ୍ଧାଳୁଙ୍କ ମତ ରହିଛି । ଅନ୍ୟପଟେ ମଠରେ ଗତକାଲି ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଭୂ କୃଷ୍ଣ ବେଶରେ ସାଜିତ ହୋଇ ଶ୍ରଦ୍ଧାଳୁ ମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥାନ୍ତି । ପ୍ରତିବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ବେଶ ଅ ।ନନ୍ଦ ଉଲ୍ଲାସରେ ଶ୍ରୀଗୌର ବିହାର ଅ ।ଶ୍ରମ ରେ ହେଉଥିବା ବେଲେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଅ ।ସି ଥାନ୍ତି ଏହି ଅ ।ଶ୍ରମକୁ ।

Related posts

ମା’ଙ୍କୁ ମାଡ ମାରି ପୁଅ ଗିରଫ

mahabharatanews

ହଜିଗଲା ମାନବିକତା

mahabharatanews

କୋରାପୁଟରେ ପ୍ରଥମ କରୋନା ରୋଗୀ ଚିହ୍ନଟ 

mahabharatanews

Leave a Comment