Uncategorized

ସିଏଏ ବିରୋଧୀ ଆନ୍ଦୋଳନରେ ବୋମା ମାଡ, ୨ ମୃତ

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ପ୍ରଦର୍ଶନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହିଂସ୍ର ରୂପ ନେଇଛି । ଏଥିରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଦେଶୀ ବୋମା ଫିଙ୍ଗିବା ସହ ଗୁଳିମାଡ କରିଥିଲେ । ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ଓ ୫ଜଣ ଆହତ ହୋଇ ଚିକିତ୍ସିତ ଅଛନ୍ତି ।

ପୁଲିସ ମୁତାବକ ସଂଶୋଧିତ ନାଗରିକତା ଆଇନକୁ ନେଇଟିଏମସି କର୍ମକର୍ତ୍ତା ସଡକ ଜାମ କରି ବିରୋଧ ପ୍ରଦଶୟନ କରିଥିଲେ । ଏହାକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ ଓ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ହାତାହାତି ସ୍ଥିତିରେ ପହଁଚିଥିଲା । ଏହା ପରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଦେଶୀ ବୋମା ଫିଙ୍ଗିବା ସହ ଗୁଳି ଚଳାଇଥିଲେ ।

Related posts

ଢିଙ୍କିଆ ପାଟଣାରେ ଜିନ୍ଦଲ କମ୍ପାନୀ ବିରୋଧରେ ସମାବେଶ

mahabharatanews

ଧୂମପାନ ବୟସ ୨୧କୁ ବୃଦ୍ଧିକରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଜନା

mahabharatanews

ହିନ୍ଦୁ ପରିବାରରେ ମୁସଲମାନ ହୋଇଛନ୍ତି ଅତିଥି

mahabharatanews