Uncategorized

ସିଏଏ ବିରୋଧୀ ଆନ୍ଦୋଳନରେ ବୋମା ମାଡ, ୨ ମୃତ

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ପ୍ରଦର୍ଶନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହିଂସ୍ର ରୂପ ନେଇଛି । ଏଥିରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଦେଶୀ ବୋମା ଫିଙ୍ଗିବା ସହ ଗୁଳିମାଡ କରିଥିଲେ । ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ଓ ୫ଜଣ ଆହତ ହୋଇ ଚିକିତ୍ସିତ ଅଛନ୍ତି ।

ପୁଲିସ ମୁତାବକ ସଂଶୋଧିତ ନାଗରିକତା ଆଇନକୁ ନେଇଟିଏମସି କର୍ମକର୍ତ୍ତା ସଡକ ଜାମ କରି ବିରୋଧ ପ୍ରଦଶୟନ କରିଥିଲେ । ଏହାକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ ଓ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ହାତାହାତି ସ୍ଥିତିରେ ପହଁଚିଥିଲା । ଏହା ପରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଦେଶୀ ବୋମା ଫିଙ୍ଗିବା ସହ ଗୁଳି ଚଳାଇଥିଲେ ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ଆଇଜି ପାର୍କ ଚିଡିଆଖାନା ବିଶୋଧନ ଆରମ୍ଭ

mahabharatanews

ସାହାବାଜ ଖାନଙ୍କ ନାମରେ ଯୌନ ଉତ୍ପୀଡନ ଅଭିଯୋଗ

mahabharatanews