(ରିପୋଟର୍ସ ଟୁଡେ/କଟକ): ପାର୍ବଣର ଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆସୁଛି ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀ ପୁଜା । ଚଳିତବର୍ଷ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି । ତେବେ ଏହି ଗାଇଡଲାଇନରେ ଉଲ୍ଲେଖ ନିର୍ଦ୍ଦିଷ୍ଟ କେତୋଟି ବିଷୟ ଉପରେ ଆପତ୍ତି ଉଠାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କଟକ ବଜାର ପୂଜା କମିଟି । ମୁର୍ତ୍ତିର ଉଚ୍ଚତା ଓ ପୂଜା ମଣ୍ଡପ ସମ୍ପର୍କିତ ବିଷୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଛି । ସରକାର ମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖିବାକୁ ଗାଇଡଲାଇନରେ ଦର୍ଶାଇଥିବା ବେଳେ ପୂଜା ମଣ୍ଡପର ୩ ପାଶ୍ୱର୍ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ତଥା ଚତୁର୍ଥ ପାଶ୍ୱର୍କୁ ଆଂଶିକ ବନ୍ଦ ରଖିବାକୁ କହିଛନ୍ତି । ଏହାକୁ ଚ୍ୟାଲେଞ୍ଜ କରି କଟକ ବାଲୁକା ବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।
previous post