ଭାରତ

ଦିଲ୍ଲୀରେ ଡେଙ୍ଗୁ ଆତଙ୍କ : ରୋଗୀ ସଂଖ୍ୟା ୧୮୭କୁ ବୃଦ୍ଧି

(ଦିଲ୍ଲୀ)  : ଲଗାତାର ବର୍ଷା ଓ ବନ୍ୟା ଯୋଗୁ ରାଜଧାନୀ ଦିଲ୍ଲୀରେ ବଢୁଛି ଡେଙ୍ଗୁ ମାମଲା । ସବୁଠି ଜମି ରହିଛି ପାଣି । ପୂର୍ବ ବର୍ଷ ତୁଳନାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ବଢିଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ଡେଙ୍ଗୁର ୨୪  ଜଣ ରୋଗୀ ଏବଂ ମ୍ୟାଲେରିଆର ୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀଙ୍କ ସଂଖ୍ୟା ୧୮୭ କୁ ବୃଦ୍ଧି ପାଇଛି ସେହିପରି ଏକ ସପ୍ତାହ ମଧ୍ୟରେ ଚିକନଗୁନିଆର କୌଣସି ଗୁଡିଏ ମଧ୍ୟ ମାମଲା ପଞ୍ଜୀକୃତ ହୋଇନାହାଁନ୍ତି ।

ସୂଚନାନୁଯାୟୀ , ପ୍ରବଳ ବର୍ଷାରେ ବେହାର ହୋଇ ପଡିଛି ଦିଲ୍ଲୀ । ଏଠି ମଧ୍ୟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ଅଗ୍ନିଶମ ବିଭାଗ ଦେଇଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ପାଇଁ ଦିଲ୍ଲୀରେ ପ୍ରାୟ ୧୫ଟି ଘର ଭୁଶୁଡି ପଡିଛି । ଘର କାନ୍ଥ ପଡି ଜଣେ ୫୮ ବର୍ଷିୟ ମହିଳାଙ୍କର ମୃତ୍ୟୁ ହୋଇଛି ।

Related posts

ଆସନ୍ତାକାଲି ନେଟଫ୍ଲିକ୍ସରେ ଷ୍ଟ୍ରିମିଂହେବ ‘ଓଏମ୍‌ଜି-୨’

mahabharatanews

ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଚମ୍ପାଇ ସୋରେନ

mahabharatanews

ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ

mahabharatanews