ସିବିଆଇ ରେଡକୁ ସ୍ୱାଗତ କରୁଛି: ସିସୋଡିଆ
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘରେ ସିବିଆଇ ପକ୍ଷରୁ ରେଡ କରାଯାଇଛି। ଘଟଣା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଯେଉଁ ଦିନ ଦିଲ୍ଲୀର ଶିକ୍ଷା ମଡେଲକୁ ପ୍ରଶଂସା କରାଯାଇଥିଲା। ମନୀଷ ସିସୋଡିଆଙ୍କ ଚିତ୍ର ସହ ଆମେରିକାର ସର୍ବବୃହତ ଖବରକାଗଜ ନ୍ୟୁୟର୍କ ଟାଇମସର ପ୍ରଥମ ପୃଷ୍ଠାରେ ମୁଦ୍ରିତ ହୋଇଥିଲା। ସେହିଦିନ ମନୀଷଙ୍କ ଘରେ ସିବିଆଇ ପକ୍ଷରୁ ରେଡ କରାଯାଇଥିଲା। କିଛି ବାହାରକୁ ଆସିଲା ନାହିଁ। ତଥାପି ବାହାରକୁ ଆସିବ ହିଁ ନାହିଁ। ସିସୋଡିଆ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି। ସିବିଆଇକୁ ଆମେ ସ୍ୱାଗତ କରୁଛୁ। ଆମେ ଅତି ସଚ୍ଚୋଟ ଅଟୁ। ଆମେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି ଲାଗି ପ୍ରୟାସ କରିଛୁ। ଆମ ଦେଶରେ ଯେଉଁମାନେ ଭଲ କାମ କରନ୍ତି ସେମାନେ ଏପରି ହଇରାଣ ହରକତ ହୁଅନ୍ତି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନ ବୋଲି ସିସୋଡିଆ କହିଛନ୍ତି। ସେଥିପାଇଁ ଆମ ଦେଶ ପୃଥିବୀରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ନମ୍ବର ହୋଇପାରିନାହିଁ। ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଉକ୍ରୃଷ୍ଟ କାର୍ଯ୍ୟକୁ ଲୋକମାନେ ପ୍ରସଂଶା କରିବା ସହ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି। ଦିଲ୍ଲୀରେ କିଭଳି ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ କାର୍ଯ୍ୟ ବନ୍ଦ ହୋଇପାରିବ ସେଥିପାଇଁ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଆମ ଦୁହିଁଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ରହିଛି। ଯାହା କୋର୍ଟରେ ପ୍ରମାଣିତ ହେବ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାମ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ୱିଟ କରି କହିଛନ୍ତି ଯେ ମନୀଷ ସିସୋଡିଆ ସ୍ୱାଧୀନ ଭାରତର ସର୍ବୋତ୍ତମ ଶିକ୍ଷା ମନ୍ତ୍ରୀ। ଆମେରିକାର ସର୍ବବୃହତ ଖବରକାଗଜ ନ୍ୟୁୟର୍କ ଟାଇମ ତାଙ୍କ ଫଟୋକୁ ପ୍ରଥମ ପୃଷ୍ଠାରେ ସ୍ଥାନିତ କରିଥିଲା। ଆଜି ମୋଦିଜୀ ସିବିଆଇକୁ ତାଙ୍କ ଘରକୁ ପଠାଇଥିଲେ। ଏପରି କଲେ ଭାରତ କିପରି ଅଗ୍ରଗତି କରିବ ବୋଲି ଶ୍ରୀ ମାନ ଟ୍ୱିଟର ଜରିଆରେ ପ୍ରଶ୍ନ କରିଛନ୍ତି।
