ନୂଆଦିଲ୍ଲୀ: ଗୁରୁବାର ଦିନ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଓକିଲ ଆନନ୍ଦ ଡାଗା ଓ ସିବିଆଇ ସବଇନସ୍ପେକ୍ଟର ଅଭିଶେଖ ତିୱାରିଙ୍କୁ ସାତ ଦିନିଆ ହାଜତକୁ ନେବାକୁ ସିବିଆଇ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଛି । ସିବିଆଇ ଡାଗା ଓ ତିୱାରିଙ୍କୁ ଗିରଫ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ରୋଜ ଆଭେନ୍ୟୁ କୋର୍ଟରେ ଉପସ୍ଥାପନ କରିଥିଲା । ଦେଶମୁଖଙ୍କ ନାମରେ ଥିବା ବଟି ଆଦାୟ ମାମଲାରେ ଡାଗା ଓ ତିୱାରି କରିଥିବା ହେରାଫେରିକୁ ନେଇ ସିବିଆଇ ଉଭୟଙ୍କୁ ଗୁରୁବାର ଗିରଫ କରିଛି ।
ଉଭୟଙ୍କୁ ସିବିଆଇ ରୋକ ଆଭେନ୍ୟୁ କୋର୍ଟ ଓ ସ୍ୱତନ୍ତ୍ର ସିବିଆଇ ବିଚାରପତି ବିମଲ କୁମାର ଯାଦବଙ୍କ କୋର୍ଟରେ ଉପସ୍ଥିତ କରି ୭ ଦିନିଆ ହାଜତ ପାଇଁ ଅପିଲ କରିଛି । କୋର୍ଟଙ୍କୁ ସିବିଆଇ ପକ୍ଷରୁ ଜଣାଯାଇଛି କି ଦେଶମୁଖଙ୍କ ବଟି ଆଦାୟ ମାମଲାରେ ତିୱାରି ଏହି ଅପରାଧିକ ଷଡଯନ୍ତ୍ର ମାମଲାରେ ଓକିଲ ଡାଗା ଓ ଅନ୍ୟ କିଛି ଅଜ୍ଞାତ ବ୍ୟକ୍ତିଙ୍କୁ ମାମଲାରେ ଜଡିତ କିଛି ଅଭ୍ୟନ୍ତରୀଣ ଗୋପନୀୟ ଦସ୍ତାବିଜକୁ ପ୍ରଦାନ କରିଥିଲେ । ତେଣୁ ଉଭୟଙ୍କୁ ହାଜତକୁ ନେଇ ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାର ସଂଗ୍ରହ କରିବ । କୋର୍ଟଙ୍କୁ ସିବିଆଇ ପକ୍ଷରୁ କୁହାଯାଇଛି, ସେମାନେ କିଛି ସମୟରେ ଏଫଆଇଆର ଦେବେ, ଯାହା ତଦନ୍ତ ପ୍ରକିୟା ଚାଲିଥିବାରୁ ପ୍ରସ୍ତୁତ ହୋଇ ନାହିଁ । କୋର୍ଟଙ୍କୁ ଡାଗାଙ୍କ ଓକିଲ ତନଭିର ଅହମଦ ମିର ଜଣାଇଥିଲେ କି, ତାଙ୍କ ମହକିଲଙ୍କ ନାମରେ ଅଗଷ୍ଟ ୩୧ ତାରିଖରେ ଏଫଆଇଆର ଦାୟର ହୋଇଥିବା ବେଳେ ଏହାକୁ ୨୪ ଘଣ୍ଟା ମଧ୍ୟରେ ଯୋଗାଇ ଦିଆଯାଇ ନାହିଁ ।
previous post