ଓଡିଶା

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆରମ୍ଭ

(ଭୁବନେଶ୍ୱର) : ଆଜିଠୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆରମ୍ଭ । ସାରା ଦେଶ ଓ ବିଦେଶରେ ଅନୁମୋଦିତ ସ୍କୁଲ୍‌ରେ ଦଶମରେ ସମୁଦାୟ ୨୧ ଲକ୍ଷ ୧୬ ହଜାର ୨୦୯ ଜଣ ଓ ଦ୍ୱାଦଶରେ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇଛି । ଏହାର ଅଧା ଘଣ୍ଟା ପୂର୍ବରୁ ପିଲାଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯାଇଛି । ବର୍ତ୍ତମାନ କିଛି ରାଜ୍ୟରେ କୋଭିଡ୍‌ ପୁଣି ଉପରମୁହାଁ ହୋଇଥିବାରୁ ପରୀକ୍ଷାକୁ କୋଭିଡ୍‌ର କଡ଼ା ନିୟମ ଭିତରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାନୁଯାୟୀ , ଆଜିଠୁ ଦଶମ ପରୀକ୍ଷା ଆରମ୍ଭ ହୋଇ ମେ ୨୪ରେ ସରିବ । ସମୁଦାୟ ୭୫ଟି ବିଷୟରେ ପରୀକ୍ଷା ହେବ । ସେହିଭଳି ଦ୍ୱାଦଶ ପରୀକ୍ଷା ଆସନ୍ତାକାଲିଠୁ ଆରମ୍ଭ ହୋଇ ଜୁନ୍‌ ୧୫ ଯାଏ ଚାଲିବ । ଏଥିରେ ସମୁଦାୟ ୧୧୪ଟି ବିଷୟରେ ପରୀକ୍ଷା କରାଯିବ । ଦଶମରେ ୨୨୭୩୨ ସ୍କୁଲର ଛାତ୍ରଛାତ୍ରୀ ୭ ହଜାର ୪୦୬ କେନ୍ଦ୍ରରେ ପରୀକ୍ଷା ଦେବେ ।

Related posts

ସ୍କୁଲ ଯିବ ଜଗା

mahabharatanews

ପାଣି ଆଣିବାକୁ ଯାଇ କାଉଡିଆ ନିଖୋଜ  

mahabharatanews

ଭୁବନେଶ୍ୱର ଲୋକଙ୍କୁ ଗଞ୍ଜାମ ମନା

mahabharatanews