ଓଡିଶାପର୍ବ ପର୍ବାଣି

ବାଂମ୍ଫିଡି ଶାସନରେ ବୋଇତ ବନ୍ଦାଣ ଉତ୍ସବ ପାଳନ

କେନ୍ଦୁଝର : ଘଷିପୁରା ବ୍ଲକ ଅନ୍ତର୍ଗତ ମଦନପୁର ପଞ୍ଚାୟତ ବାଂମ୍ଫିଡି ଶାସନରେ ପ୍ରଥମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଯୁବକ ମାନଙ୍କ ଦ୍ୱାରା ଆୟୋଜନ କରାଯାଇ ସକାଳୁ ପୁଷ୍କରିଣୀରେ ମହିଳା ଓ ପୁରୁଷ ମାନେ ଭୋରୁଭୋରୁ ସାନ୍ନକରି ଡଙ୍ଗା ଭସାଇଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବାଂମ୍ଫିଡି ଗ୍ରାମ । ଆମ ସଂସ୍କୃତି ଆମ ପରମ୍ପରା ରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ମୁଖ୍ୟତ ୧୨ ମାସ ମଧ୍ୟରୁ ଯେଉଁ ୪ ମାସ ର ଗୁରୁତଥାଏ ତାହା ମଧ୍ୟରୁ କାର୍ତ୍ତୀକ ମାସ ଅନ୍ୟ ତମ । ଏହି ମାସକୁ ଧର୍ମର ମାସ ବୋଲି ପାଳନ କରାଯାଇଥାଏ । ଏଥିପାଇଁ କୁହାଯାଏ ଏଇ ମାସରେ ବଗ ମଧ୍ୟ ଆମିଶ ଖାଇବା ଛାଡିଦେଇଥାଏ । ଶ୍ରଦ୍ଧାଳୁ ମାନେ ମାସ ସାରା ହବିଷଅର୍ନ ଖାଇ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି ।

ଗତକାଲି କାର୍ତ୍ତିକ ପୂର୍ଣ୍ଣୀମାରେ ଶ୍ରଦ୍ଧାଳୁ ମାନେ ବଡି ଭୋରୁ ଉଠି ଡଙ୍ଗା ଭସାଇ ରାଧାକୃଷ୍ଣ ଠାକୁରଙ୍କ ଦର୍ଶନ କରିଛନ୍ତି । ଏଥିପାଇଁ କମିଟ ପକ୍ଷରୁ ସତନ୍ତ୍ର ବ୍ୟବସ୍ଥା କରାଯାଇଛି । କମିଟି ପକ୍ଷରୁ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ମାଗଣାରେ ପ୍ରଦାନ କରାଯାଇଛି । ଗତକାଲି ସନ୍ଧ୍ୟାରେ ଭଜନ ସଂଧ୍ୟା କାଯ୍ୟକ୍ରମ ରାଜଧାନୀ ସଙ୍ଗୀତ ସନ୍ଧ୍ୟା ପକ୍ଷରୁ ପରିବେଷଣ କରାଯାଇ ଗ୍ରାମକୁ ଉତ୍ସବ ମୁଖର କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ୧୧ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମନୋଜ ମଞ୍ଜରୀ ରାଉତ ଏବଂ ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତ ଯୋଗଦେଇ କଳାକାର ମାନଙ୍କୁ ସମ୍ବନ୍ଧିତ କରିଥିଲେ । ଏଥିରେ କମିଟିର ସଭାପତି ପ୍ରଦୀପ କୁମାର କର ସମ୍ପାଦକ ଦୀନବନ୍ଧୁ ପତି ଯୁଗ୍ମ ସମ୍ପାଦକ ଅମୀୟ ରଞ୍ଜନ କର ଏବଂ କମିଟିର ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Related posts

ସ୍ୱାର୍ଥପର ବବି ! ଦଳ ନୁହେଁ, ତାଙ୍କ ପାଇଁ କ୍ଷମତା ବଡ଼

mahabharatanews

ଆଇଏଏସ ସ୍ତରରେ ଅଦଳ ବଦଳ, ଅନୁ ଗର୍ଗ ୱାର୍ଟର ରିସୋର୍ସ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ

mahabharatanews

 ଘନ କୁହୁଡ଼ି : ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି

mahabharatanews

Leave a Comment