ଓଡିଶା

ଅଲ୍ ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍ କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତି ପାଳିତ

(ବସ୍ତା/ ଅଜିତ କୁମାର ସାହୁ): ବସ୍ତା ବ୍ଲକ ପାଉଁଶକୁଲି ଶ୍ରୀନାଥ ଚନ୍ଦ୍ର ଉ:ପ୍ରା: ବିଦ୍ୟାଳୟ ପ୍ରାଙ୍ଗଣରେ ଅଲ୍ ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍ କେ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜୟନ୍ତି ପାଲଳିତ ହୋଇଯାଇଛି।ଉକ୍ତ କାର୍ୟ୍ୟକ୍ରମକୁ ସମାଜ ସେବୀ ରାମଚନ୍ଦ୍ର ବେସ୍ରା ସଭାପତିତ୍ଵ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ସିଆରସିସି ଅସିତ୍ କୁମାର ମହାନ୍ତି ଓ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଚାମ୍ବୁ କିସ୍କୁ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ଅଲ୍ ଚିକି ପୁସ୍ତକ ବଣ୍ଟନ କରାଯିବ ସହିତ,ସରକାରୀ ଓ ପ୍ରସାଶନିକ ସ୍ତରରେ ଅଲ୍ ଚିକି ଭାଷାର ପ୍ରଚାର ପ୍ରସାର ସହିତ୍, ବିଦ୍ୟାଳୟ ମାନଙ୍କରେ ଅଲ୍ ଚିକି ଭାଷା କୁ ସ୍ଥାନିତ କରିବା ସହିତ
ଅଲ୍ ଚିକି ଶିକ୍ଷକ ନିଯୁକ୍ତି ପାଇଁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟ ମାନଙ୍କ ଭିତରେ ଶିକ୍ଷକ ପରେଶ୍ କୁମାର ହାଁସଦା, କରୁଣାକର ମାରାଣ୍ଡି, ଚାନ୍ଦୁ ମୁର୍ମୁ, ଚୈତନ୍ୟ ମୁର୍ମୁ,ଚାନ୍ଦୁ ସୋରେନ୍, ଗୋପାଲ ସୋରେନ୍, ଜାପାନ କିସ୍କୁ, ସନାତନ ମୁର୍ମୁ, ଲମ୍ବୋଦର ଟୁଡୁ, ବିଶ୍ବନାଥ ହେମ୍ବ୍ରମ୍, ଦାସ ମୁର୍ମୁ, ଜିତେନ୍ଦ୍ର ଟୁଡୁ ପ୍ରମୁଖ ଉପସ୍ଥିତ ରହି ନିଜର ନିଜର ବକ୍ତବ୍ୟ ରଖି ଥିବା ବେଳେ, ଶିକ୍ଷକ ହରିହର ବେସ୍ରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts

ନିର୍ବାଚନ ଆୟୋଗଙ୍କ ପ୍ରଥମ ବୈଠକ

mahabharatanews

ଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା

mahabharatanews

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ

mahabharatanews