Uncategorized

ନୌସେନା ଦିବସ ପାଳିତ

(ମହାଭାରତ/ ନୂଆଦିଲ୍ଲୀ): ନୌସେନା ଦିବସ ଆଜି ପାଳିତ ହୋଇଯାଇଛି । ସାରା ଦେଶ ସମୁଦ୍ର ସୀମାର ରକ୍ଷା କରିବାକୁ ଯାଇ ଜୀବନ ଦେଇଥିବା ବୀର ଯବାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । ୧୯୭୧ ଆଜିର ଦିନରେ ଭାରତ-ପାକ ଯୁଦ୍ଧ ଅବସରରେ ନୌସେନା ପାକିସ୍ତାନର କରାଚୀ ବନ୍ଦରକୁ ନଷ୍ଟ କରିଦେଇଥିଲା । ଯେଉଁଥିରେ ସେଠାରେ ନିଆଁ ଲାଗିଯାଇଥିଲା ଓ ଏହି ନିଆଁକୁ ଆୟତ୍ତ କରିବାକୁ ୭ ଦିନ ଲାଗିଥିଲା ପାକିସ୍ତାନକୁ । ଭାରତୀୟ ସେନାର ସେହି ସୋର୍ଣ୍ଣିଭ ଇତିହାସକୁ ମନେ ପକେଇବାକୁ ନୌସେନା ଦିବସ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବା ଭାରତ ସମ୍ମୁଖରେ ପାକିସ୍ତାନର ଶକ୍ତି ।
ଗ୍ଲୋବାଲ ଫାୟାର ପାୱାରର ବାର୍ଷିକ ସୈନ୍ୟଶକ୍ତି ମାମଲାରେ ୧୩୭ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୪ର୍ଥ ହୋଇଥିବା ବେଳେ ପାକିସ୍ତାନ ୧୫ତମ ସ୍ଥାନରେ ରହିଛି । ଉଭୟ ଦେଶର ନୌସେନାର ଚର୍ଚ୍ଚା କରାଯାଏ ତ ସ୍ଥିତି ଏହି ଭଳି ରହିଛି ।
ଭାରତ ନିକଟରେ ମୋଟ ନୌସେନା ସମ୍ପତ୍ତି ୨୯୫ ଥିବା ବେଳେ ପାକିସ୍ତାନର ୧୯୭ ରହିଛି । ଭାରତର ଏୟାରକ୍ରାଫ୍ଟ କ୍ୟାରିୟର ଗୋଟିଏ ଥିôବା ବେଳେ ପାକିସ୍ତାନ ନିକଟରେ ଶୂନ୍ୟ । ଭାରତର ଫ୍ରେଗେଟ୍ସ ୧୩ ରହିଥିବା ବେଳେ ପାକିସ୍ତାନର ୯ଟି ରହିଛି । ସେହିପରି ଭାରତର ଡିଷ୍ଟ୍ରାୟର ୧୧ ଓ ପାକିସ୍ତାନର ଶୁନ୍ୟ । କାରବେଟ୍ସରେ ଭାରତ ୨୨ ଓ ପାକ ୦ । ଭାରତ ନିକଟରେ ୧୬ଟି ପଣ୍ଡୁବୀ ୧୬ ରହିଥିବା ବେଳେ ପାକିସ୍ତାନ ନିକଟରେ ୫ ରହିଛି । ଭାରତ ନିକଟରେ ସମୁଦ୍ରରେ ତନଖି ପାଇଁ ୧୩୯ଟି ଥିôବା ବେଳେ ପାକିସ୍ତାନ ନିକଟରେ ୧୧ଟି ରହିଛି । ଭାରତ ନିକଟରେ ବାରୁଦୀ ସୁଡଙ୍ଗ ନାଶକ ଗୋଟିଏ ଥିବା ବେଳେ ପାକିସ୍ତାନ ନିକଟରେ ୩ଟି ରହିଛି ।

Related posts

ଋଷରେ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କ  ସଲିଳ ସମାଧି

mahabharatanews

୧୧୭ ବର୍ଷ ପରେ ରେକର୍ଡ ଭାଙ୍ଗିଲା ଦିଲ୍ଲୀ ଶୀତ

mahabharatanews

ରାଜନୈତିକ ମଞ୍ଚ ଖୋଜୁଛନ୍ତି ବରିଷ୍ଠ ନେତା ଦିଲ୍ଲୀପ

mahabharatanews

Leave a Comment