ଭାରତ

ଟିଚରଙ୍କ ପାଇଁ ଚେୟାର ପୋଲ

ଶିକ୍ଷୟତ୍ରୀଙ୍କ ପାଇଁ ପାଣିରେ ଚେୟାରର ପୋଲ ତିଆରି କଲେ ଛାତ୍ରଛାତ୍ରୀ । ବର୍ଷା ଯୋଗୁଁ ସ୍କୁଲରେ ଭରିଯାଇଥିଲା ପାଣି । ଯାହାଫଳରେ ଟିଚର ରାସ୍ତା ପର ହେବାକୁ ଏପରି କୌଶଳ ଆପଣାଇଥିଲେ ପିଲାମାନେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଏହି ଘଟଣା ହେଉଛି ମଥୁରାର ବଳଦେବ ଅଞ୍ଚଳର ଦଘେଟା ଗ୍ରାମ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟର । ତେବେ ଏଠି ପଲ୍ଲବୀ ନାମକ ଜଣେ ଶିକ୍ଷୟତ୍ରୀ ପଲ୍ଲବୀ ଅସନା ପାଣିରେ ଯିବାକୁ ପ୍ରସ୍ତୁତ ହେଲେନି । ତେଣୁ ପିଲାମାନେ ଟିଚର ଯିବା ପାଇଁ ଏକ ପୋଲ ତିଆରି କରିଦେଲେ । ଏହି ଚେୟାର ତିଆରି ପୋଲ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ୟୁଜର୍ସ ପିଲାମାନଙ୍କ ତାଙ୍କ ଦିଦିଙ୍କ ପ୍ରତି ଏଭଳି ସମ୍ମାନ ଏବଂ ଭଲପାଇବାକୁ ପ୍ରଶଂସା କରୁଛନ୍ତି । ତେବେ କିଛି ୟୁଜର୍ସ ପିଲାମାନଙ୍କ ଏଭଳି କାମକୁ ନେଇ ପ୍ରଶ୍ନ ମଧ୍ୟ କରୁଛନ୍ତି । କେହି କେହି ଏହାକୁ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳିବା ବୋଲି କହି ବିଦ୍ୟାଳୟରେ ଶିକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି । କହିରଖୁଛୁ କିଛି ଦିନ ତଳେ ଜଣେ ଶିକ୍ଷୟତ୍ରୀ କିଛି ପିଲାମାନଙ୍କୁ ଲଗାଇ ବାଥରୁମ୍ ସଫା କରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ବଳଦେବରେ ଅବସ୍ଥିତ ଦଘେଟା ଗାଁର ଏହି ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୭ଜଣ ଶିକ୍ଷକ ଅଛନ୍ତି।ଯେଉଁଥିରେ ୪ ଜଣ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି । କିନ୍ତୁ କେବଳ ପଲ୍ଲବୀ ଏକା ହିଁ ଏମିତି ଚେୟାର ପୋଲରେ ଯାଇଥିଲେ। ଗ୍ରାମବାସୀ କହିଛନ୍ତି ଯେ ପ୍ରତିଦିନ ସାମାନ୍ୟ ବର୍ଷା ହେତୁ ସ୍କୁଲ ଜଳବନ୍ଦୀ ହୋଇଯାଏ, ଯେଉଁ କାରଣରୁ ସ୍କୁଲ ପିଲାମାନେ କଷ୍ଟ ପାଆନ୍ତି। କିନ୍ତୁ ଗ୍ରାମ ପଞ୍ଚାୟତ କିମ୍ବା ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଭିଡିଓ ଭାଇରାଲ ହେବା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

Related posts

ପୁଣି ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ

mahabharatanews

ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଚମ୍ପାଇ ସୋରେନ

mahabharatanews

ଇସ୍ରୋର ସବୁଠୁ ଓଜନିଆ ରକେଟରେ ସଫଳ ଉତକ୍ଷେପଣ

mahabharatanews