ଭାରତ

କକ୍ଷପଥ ପରିବର୍ତ୍ତନ କଲା ଚନ୍ଦ୍ରଯାନ

(ଦିଲ୍ଲୀ) : ଚନ୍ଦ୍ରଯାନ 3 ର ସଫଳ ଉତକ୍ଷେପଣ ପରେ ଚନ୍ଦ୍ରର ନିକଟତର ହେବାକୁ ଯାଉଛି ISRO । ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପୂର୍ବରୁ ଅନେକ ଥର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା ରହିଛି । ଜୁଲାଇ ୧୫  ଅପରାହ୍ନରେ କକ୍ଷପଥ ପରିବର୍ତ୍ତନ କରିବା ପରେ ଚନ୍ଦ୍ରଯାନ ପ୍ରାୟ ୫୫୦୦  କିଲୋମିଟର ଉଚ୍ଚତାରେ ପହଞ୍ଚିଛି ।

ସୂଚନାନୁଯାୟୀ , ଚନ୍ଦ୍ରାୟଣ ୩ ର ପ୍ରଥମ କକ୍ଷପଥ ସଫଳତାର ସହିତ ସମାପ୍ତ ହୋଇଛି । ଭାରତର ଚନ୍ଦ୍ର ମିଶନ ସହିତ ଜଡିତ ISRO ବୈଜ୍ଞାନିକମାନଙ୍କର ଦଳ କ୍ରମାଗତ ଭାବରେ ତଥ୍ୟ ବିଶ୍ଳେଷଣ କରୁଛନ୍ତି । ୪୦ -୪୫  ଦିନ ପରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପୂର୍ବରୁ ପୃଥିବୀ ଏବଂ ଚନ୍ଦ୍ରଯାନ -୩ ମଧ୍ୟରେ ଦୂରତା ପ୍ରାୟ ଚାରିଥର ବୃଦ୍ଧି କରାଯିବ । ଅଗଷ୍ଟ ୧୭ରେ ପ୍ରପଲ୍‌ସନ ସିଷ୍ଟମ୍ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର-ରୋଭରରୁ ଅଲଗା ହୋଇଯିବ। ପ୍ରପଲ୍‌ସନ ମଡ୍ୟୁଲ ଅଲଗା ହେବା ପରେ ଚନ୍ଦ୍ରର ୧୦୦x୩୦ କିମି କକ୍ଷକୁ ଅଣାଯିବ।

Related posts

ଏଣିକି ଇରାନ ଏୟାରପୋର୍ଟ ଦେଇ ଯିବନି ଏୟାର ଇଣ୍ଡିଆ

mahabharatanews

‘ମୃତକଙ୍କ ପରିବାରକୁ ଦିଆଯିବ ଚାକିରି’ : ମମତା ବାନାର୍ଜୀ

mahabharatanews

୩-୪ ସପ୍ତାହ ଭିତରେ ଆସିପାରେ କରୋନାର ନୂଆ ଭ୍ୟାରିଆଣ୍ଟ

mahabharatanews