ବିଶ୍ୱଭାରତସ୍ୱାସ୍ଥ୍ୟ

୩-୪ ସପ୍ତାହ ଭିତରେ ଆସିପାରେ କରୋନାର ନୂଆ ଭ୍ୟାରିଆଣ୍ଟ

ବ୍ୟୁରୋ:କରୋନାର ମହାମାରୀରେ ଯୋଡି ହେଲା ଆଉ ଏକ ସଙ୍କଟ । ନୂଆ ଭ୍ୟାରିଆଣ୍ଟନେଇ ଆଡଭାଇଜରି ଜାରି କଲା ମହାରାଷ୍ଟ୍ର ଓ କେରଳ । ଏବେ ବି ଦେଶରେ ସଂକ୍ରମଣ ପିକ ରେ ରହିଛି ହେଲେ ଏହାରି ଭିତରେ କରୋନାର ଆଉ ଏକ ନୂଆ ଭ୍ୟାରିଆଣ୍ଟ ଦେଶବସୀଙ୍କ ଚିନ୍ତା ବଢାଇଛି । ଚର୍ଚ୍ଚା ହେଉଛି ଆଉ ବେଶୀ ଦିନ ନୁହେଁ ମାତ୍ର ୩-୪ ସପ୍ତାହ ଭିତରେ ଏହି ଭ୍ୟାରିଆଣ୍ଟ ଆସିପାରେ । ଯାହାକୁ ନେଇ କେରଳ ଓ ମହାରାଷ୍ଟ୍ର ତରଫରୁ ଏକ ଆଡଭାଇଜରି ଜାରି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଗତ ୧୬ ତାରିଖରେ ୧.୫୯ ପଜିଟିଭି ରେଟ୍ ସହିତ ନୂଆ ୧୧୫ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିଭଳି ୧୭ ତାରିଖରେ ବି ୩୧୫ଟି ମାମଲା ଚିହ୍ନଟ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୪୨୯ ଜଣ କରୋନା ସଂଗ୍ଦିଧ ସକ୍ରିୟ ରହିଛନ୍ତି । ଗବେଶକମାନେ ଏହା ଉପରେ ଗବେଷଣା କରି କହିଛନ୍ତି ଆସିବାକୁ ଥିବା ନୂଆ ଭ୍ୟାରିଆଣ୍ଟ ଅନ୍ୟ ଭ୍ୟାରିଆଣ୍ଟ ଅପେକ୍ଷା ଖୁବ୍ ସକ୍ରିୟ ରହିବ ଓ ତୀବ୍ର ଗତିରେ ବ୍ୟାପିବ । ଚୀନରେ ଏବେ ବି ଜାରି ରହିଛି କରୋନା ସଂକ୍ରମଣ ଏହାର ପ୍ରଭାବରେ ଏହି ନୂଆ ଭ୍ୟାରିଆଣ୍ଟ ଅନ୍ୟ ଦେଶକୁ ପ୍ରଭାବିତ କରୁଛି ।

Related posts

ଆଜି ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ 

mahabharatanews

ଓଡିଶାର ନୂଆ ରାଜ୍ୟପାଳ ଶ୍ରୀ ରଘୁବର ଦାସ

mahabharatanews

ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଚମ୍ପାଇ ସୋରେନ

mahabharatanews