ଓଡିଶାଶିକ୍ଷା

+୨ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ : ୧୦୦ ରୁ ୨୪ ମାର୍କ ରଖିଲେ ହେବେ ପାସ

ଭୁବନେଶ୍ୱର : +୨ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ।  ଚଳିତ ବର୍ଷ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ। ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେଷମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ।  ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ୨ ଛାତ୍ର ଛାତ୍ରୀ। ୨୦ ମାର୍କ ର ଦେବେ ଆସେସମେଣ୍ଟ ପରୀକ୍ଷା।  ଉଭୟ ଆସେଶମେଣ୍ଟ ଓ ଥିଓରୀ ପରୀକ୍ଷା କୁ ମିଶାଇ ୧୦୦ ମାର୍କ ର ପରୀକ୍ଷା ଦେବେ। ୧୦୦ ରୁ ୨୪ ମାର୍କ ରଖିଲେ ହେବେ ପାସ। ପିଲାଙ୍କୁ ବୋର୍ଡ ପରୀକ୍ଷା ଚାପ କମାଇବା ଓ ଭଲ ନମ୍ବର ସ୍କୋର୍ କରିବା ପାଇଁ ନେସନାଲ ଢାଞ୍ଚା ରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତି।  ପୂର୍ବରୁ ମାର୍କିଙ୍ଗ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖି ପାରୁନଥିଲେ। ଏଣୁ ପିଲାଙ୍କ ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ।

Related posts

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ

mahabharatanews

ସ୍କୁଲ ଖୋଲିବାରେ ଅସୁବିଧା ନାହିଁ: ଏସସିଆରଏସସି

mahabharatanews

ଆମ୍ବୁଲାନ୍ସ ନ ପାଇ ପ୍ରାଣ ହାରିଲେ ଯୁବକ

mahabharatanews