ଓଡିଶା

ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ୪ ଜଣ ଉଦ୍ଧାର ୧ ନିଖୋଜ

(ଜୟନ୍ତ କୁମାର ସେଠୀ / ଗୋପ) ; କୋଣାର୍କ ଚନ୍ଦ୍ରଭଗ ର ଗଭୀର ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ୪ ଉଦ୍ଧାର ୧ ନିଖୋଜ । କୋଣାର୍କ ଚନ୍ଦ୍ରଭଗାର ଗଭୀର ସମୁଦ୍ର କୁ ମାଛ ଧରିବାକୁ ଯିବା ସମୟରେ ଘଟିଲା ଅଘଟଣ। ଚନ୍ଦ୍ରଭଗା ତେଲୁଗୁ ବସ୍ତି ର ୫ ମତ୍ସ୍ୟଜୀବୀ ଏକ ଡ଼ଙ୍ଗା ରେ ଗଭୀର ସମୁଦ୍ର ଭିତରକୁ ମାଛ ଧରିବା କୁ ଯିବା ସମୟରେ ସମୁଦ୍ର ଲହଡା ରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା ଡ଼ଙ୍ଗା। ଘଟଣା ସ୍ଥଳରୁ ଉଦ୍ଧାର ହେଲେ ୪ ତେଲୁଗୁ ମତ୍ସ୍ୟଜୀବୀ, ଜଣେ ମତ୍ସ୍ୟଜୀବୀ ନିଖୋଜ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ମଧ୍ୟ ନିଖୋଜ ମତ୍ସ୍ୟଜୀବୀଙ୍କ ପତା ମିଳିନାହିଁ। ନିଖୋଜ ମତ୍ସ୍ୟଜୀବୀଙ୍କ ନାଁ ଅପୋଲା ରାଜୁ ତାଙ୍କ ବୟସ ୨୩ ବର୍ଷ। ଗଭୀର ସମୁଦ୍ର ମଧ୍ୟରେ ନିଖୋଜ ମତ୍ସ୍ୟଜୀବୀ ଙ୍କୁ ଜାରି ରହିଛି ଖୋଜାଖୋଜି।

 

Related posts

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ୨ ଗୁରୁତର

mahabharatanews

କବିସୂର୍ଯ୍ୟନଗର ୭୨ ଘଣ୍ଟା ପାଇଁ ସଟଡାଉନ

mahabharatanews

ସଂଗରୋଧ କେନ୍ଦ୍ରରେ ପରିଦର୍ଶନ କଲେ କଣିହାଁ ବିଡିଓ

mahabharatanews