ଓଡିଶା

ଆସନ୍ତା ୫ ଦିନ ଯାଏ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା 

(ଭୁବନେଶ୍ୱର) :  ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବତ୍ତୀ ପଶ୍ଚିମ  କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କେବାର ସମ୍ଭାବନା ରହିଛି। ଏବଂ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୨ ତାରିଖ ଅପରାହ୍ନ ମଧ୍ୟରେ ପଶ୍ଚିମ ଓଡ଼ିଶାର ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ବରଗଡ, ବୌଦ୍ଧ, ସୋନପୁର, ଏବଂ ସମ୍ବଲପୁର ପ୍ରଭୃତି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଅନୁଗୁଳ, ନୟାଗଡ, କଟକ ଏବଂ ଢ଼େଙ୍କାନାଳ .ଜିଲ୍ଲାରେ ପ୍ରବଳ ବର୍ଷାର (୭ରୁ ୧୧ ସେମି) ସମ୍ଭାବନା ରହିଛି। ସେଥିପାଇଁ ଏହି ସମସ୍ତ ଜିଲ୍ଲାକୁ ହଳଦିଆ ବା ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ସମ୍ପୂର୍ଣ୍ଵ ବାରଣ କରାଯାଇଛି।

 

Related posts

ଅଳଗୁମ ଶ୍ମଶାନରେ ଶେଷ ଦର୍ଶନ ପରେ ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ ବିଶ୍ୱାଳ

mahabharatanews

ଏକୁଟିଆ ଦେଖି ଦିବ୍ୟାଙ୍ଗ ମହିଳାଙ୍କୁ ଅସଦାଚରଣ

mahabharatanews

କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

mahabharatanews