ଓଡିଶା

ଗ୍ରାହକଙ୍କୁ ଠକିବା ପଡିଲା ମହଙ୍ଗା

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୁଲିସ ସୋମବାର ଜଣେ ସୁନାଗହଣା ଦୋକାନୀକୁ ଠକେଇ ଅଭିଯୋଗରେ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ଅଜିତ ବେହେରା।ଗତକାଲି ରାତିରେ କଣିହାଁ ଗ୍ରାମର ସୌଦାମିନୀ ନାଏକଙ୍କ ଅଭିଯୋଗକୁ ଆଧାରକରି ଥାନାରେ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, କଣିହାଁ ବରଛକ ତଥା ପଞ୍ଜାବ ବ୍ୟାଙ୍କ ପାଖରେ ଅଭିଯୁକ୍ତ ଅଜିତଙ୍କର ‘ଅଜିତ ଅଳଙ୍କାର ଦୋକାନ’ ଏକ ସୁନାଗହଣା ମରାମତି ଦୋକାନ ଥିଲା । କଣିହାଁ ଗ୍ରାମର ସୌଦାମିନୀଙ୍କ ଠାରୁ ୬ ଗ୍ରାମ ଓଜନର ସୁନା ଗଢିବା ପାଇଁ ଦେଇଥିଲେ। ସେହିପରି କଣିହାଁ ଗ୍ରାମର ରୁକୁଣା ନାଏକ, ଗୀତାଞ୍ଜଳି ନାଏକ ଓ ସୂର୍ଯ୍ୟକାନ୍ତ ନାଏକ ପ୍ରମୁଖଙ୍କ ୬ଗ୍ରାମ ଲେଖାଏଁ ଏବଂ ସଦାନନ୍ଦ ନାଏକଙ୍କର ଦୁଇ ଗ୍ରାମ ସୁନା ଗଢିବା ପାଇଁ ଦେଇଥିଲେ ।କିନ୍ତୁ ଅଭିଯୁକ୍ତ ଗତ ୬ମାସ ହେଲାଣି ଧରା ଛୁଆଁ ଦେଉନଥିଲା ।ଗତକାଲି ରବିବାର ହାଟରେ ଜଣେ ଗ୍ରାହକ ଅଭିଯୁକ୍ତ ଦେଖିବା ପରେ କାବୁ କରିଥିଲେ। ପରେ ଦୋକାନୀ ଜଣକ ଗ୍ରାହକଙ୍କ ହାବୁଡ଼ରେ ପଡି ବେଶ ହଟହଟା ହେବାକୁ ପଡିଥିଲା। ଆପୋଷ ସମାଧାନ ପାଇଁ ପ୍ରୟାସ ଚାଲିଥିବା ବେଳେ ଗତକାଲି ରାତିରେ ସମସ୍ତେ ଏକଜୁଟ ହୋଇଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଠକେଇ ମାମଲା ରୁଜୁ କରିଥିଲା ଏବଂ ଆଜି କୋର୍ଟଚାଲାଣ କରିଥିବା ଥାନା ସୂତ୍ରରୁ ପ୍ରକାଶ ପାଇଛି ।

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୧୬୯ କରୋନା ସଂକ୍ରମିତ ଚିହ୍ନଟ

mahabharatanews

 ୧୫ରୁ ବରଗଡ ଧନୁଯାତ୍ରା 

mahabharatanews

ବର୍ଷେ ଜେଲ ଦଣ୍ଡ ସହିତ ଜରିମାନା ଏବଂ ପୀଡିତାଙ୍କୁ ଆର୍ଥିକ ସହାୟତା   

mahabharatanews