ଓଡିଶା

ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଛତ୍ରପୁର ପୋଲିସ ବାରାକ ପରିଦର୍ଶନ

ହିଞ୍ଜିଳି, ରଜନିକାନ୍ତ ପାତ୍ର: ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଙ୍ଗଳବାର ଦିନ ଛତ୍ରପୁର ପୋଲିସ ବାରାକ, ରିଜର୍ଭ ଅଫିସ ପରିଦର୍ଶନ କରିଥିଲେ। ଏଥିସହ କରୋନା ପ୍ରତିହତ ପାଇଁ ଏହି କରୋନ।। ଯୋଦ୍ଧାଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପର ଅନୁଧ୍ୟାନ କରିଥିଲେ। ପରିମଳ ବ୍ୟବସ୍ଥା ସୁଦୃଢ କରିବା, ହାତ ଧୋଇବା, ସାନିଟାଇଜର ରଖିବା, ପୋଲିସ କର୍ମଚାରୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ସଚେତନତା ସୃଷ୍ଟି କରିବା ଉପରେ ଡିଆଇଜି ଗୁରୁତ୍ୱାରୋପ କରିଥିଲେ। ଡିଆଇଜିଙ୍କ ଗସ୍ତ ବେଳେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ, ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାଶ ଓ ଅଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ବିଧାନ ସଭାରେ ସୌମ୍ୟ ମୃତ୍ୟୁ ମାମଲା

mahabharatanews

୬୫ କେଜି ଗଞ୍ଜେଇ ଜବତ, ୨ ଗିରଫ

mahabharatanews

ରାଉରକେଲାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews