(ଭୁବନେଶ୍ୱର) : ଏସିଆନ ପାରା ଗେମ୍ସର ଆଥଲେଟ୍ସଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ଜଣ ଓଡ଼ିଆ ଆଥଲେଟ୍ସଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨୨ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହେଉଛି ଏସିଆନ ପାରା ଗେମ୍ସ । ସେଠାରେ ସଫଳତା ପାଇଁ ମଧ୍ୟ ଶୁଭକାମନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।
ସୂଚନାନୁଯାୟୀ, ଏହି ପାରା ଗେମ୍ସରେ ଓଡ଼ିଶାରୁ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୂଜାସ୍ୱିନୀ ନାୟକ ଭାଗ ନେବେ । ସେମାନେ ଏସିଆନ ପାରା ଗେମ୍ସକୁ ମନୋନୀତ ହେବା ପାଇଁ କଠିନ ପରିଶ୍ରମ କରିଛନ୍ତି । ଗେମ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।