ଓଡିଶା

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ 

(ଚିଲିକା) :  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଆଜି ଉଦ୍‌ଘାଟନ କରିଛନ୍ତି । ଏସିଆର ସର୍ବବୃହତ୍ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀମାନଙ୍କ ବିଚରଣସ୍ଥଳୀ । ଏହି ମହୋତ୍ସବ ପକ୍ଷୀପ୍ରେମୀମାନଙ୍କୁ ଅତି ନିକଟରୁ ଚିଲିକା ଓ ବିଦେଶାଗତ ପକ୍ଷୀମାନଙ୍କୁ ଜାଣିବାର ସୁଯୋଗ ଆଣିଦେବ । ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ଦିଗନ୍ତ ଆଣିଦେବ ବୋଲି ଉଲ୍ଲେଖ କରିଛନ୍ତି ।

ସୂଚନାନୁଯାୟୀ , ଏହି ଅବସରରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ ହୋଇଥିଲା । ଏଥିରେ ଫଟୋଗ୍ରାଫର ଶକ୍ତି ନନ୍ଦ, ଉମାକାନ୍ତ ବିଶ୍ୱାଳ, ଧୃତିମାନ୍ ମୁଖାର୍ଜୀ ଏବଂ ଅନ୍ୟ ପ୍ରସିଦ୍ଧ ଫଟୋଗ୍ରାଫରଙ୍କ କୃତିକୁ ସ୍ଥାନିତ କରାଯାଇଛି । ଚିଲିକାରେ ନୌବିହାର କରୁଥିବା ବିଦେଶାଗତ ପକ୍ଷୀମାନଙ୍କ ବିଚରଣ ଓ ବିଭିନ୍ନ ସମୟର ମନମୁଗ୍ଧକର ଫଟୋଚିତ୍ର ଏଥିରେ ପ୍ରଦର୍ଶିତ ହୋଇଛି । ଏଥିରେ ଫଟୋଗ୍ରାଫରଙ୍କର କେବଳ କଳାକୃତି ନୁହେଁ ବରଂ ଚିଲିକାର ଜୈବବିବିଧତାକୁ ନିଖୁଣ ଭାବେ ସ୍ଥାନିତ କରାଯାଇଛି ।

Related posts

ତାଳ ଧ୍ୱଜ ରଥର ୧୧ ଟି ଚକ ଶେଷ 

mahabharatanews

ଜୀବନ ବିକଳରେ ସାଇକେଲରେ ୧୬୦୦ କିମି ଅତିକ୍ରମ କଲେ ପ୍ରାବାସୀ

mahabharatanews

ରାସ୍ତା ମଝିରେ ଜଳିଗଲା ଟ୍ରକ୍

mahabharatanews