Uncategorized

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସ: ମୋଦି କହିଲେ ୨୪ ଘଣ୍ଟା ଉପଲବ୍ଧ ରହିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଭାଇରସର ମୁକାବିଲା ନେଇ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ଭିଡିଓ କନଫେରିନ୍ସରେ ମୋଦିଙ୍କୁ ଏକ ହାତ ତିଆରି ମାସ୍କ ପରିଧାନ କରିଥିବାର ଦେଖିବାକୁ ମଳିଥିଲା । ଏହି ଭିଡିଓ କନଫରେନସିଂ ବେଳେ ମୁଖ୍ୟମନ୍ତ୍ରୀମାନଙ୍କର ଅନେକ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏପ୍ରିଲ ୧୪ରେ ପ୍ରଥମ ଲକଡାଉନ୍ ଅବଧି ଶେଷ ହେଉଛି ଆଉ ତିନି ସପ୍ତାହ ଲକଡାଉନ୍ ବଢ଼ାଇବାକୁ ଅନେକ ରାଜ୍ୟ ପ୍ରସ୍ତାବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଧିକ ଆଲୋଚନା କରିଥିବା ସୂଚନା ରହିଛି। ଏହି ଅବସରରେ ମେ।।ଦି କହିଛନ୍ତି, ମୁଁ ୨୪ ଘଣ୍ଟା ଉପଲବ୍ଧ ରହିଛି। କୋଭିଡ୍-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କୌଣସି ପ୍ରସ୍ତାବ କିମ୍ୱା କିଛି କହିବାକୁ ଚାହୁଁଥିଲେ ମୋତେ କହିପାରିବେ। ଆମେ କାନ୍ଧକୁ କାନ୍ଧ ମିଶାଇ ଚାଲିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜି ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନସିଂ ଆରମ୍ଭ ହେବା ପରେ ପ୍ରଥମେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ରିପୋର୍ଟ ଦେଖାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଏବଂ ପଞ୍ଜାବ ଏପ୍ରିଲ ୩୦ଯାଏ ଲକଡାଉନ୍ ଅବଧି ବଢ଼ାଇବାକୁ ନେଇଥିବା ନିଷ୍ପତ୍ତି ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ବୈଠକରେ ସାମିଲ୍ ହୋଇ ଅନେକ ରାଜ୍ୟର ଆଇନ ପରିସ୍ଥିତି, ଲୋକଙ୍କୁ ସେବା ଯୋଗାଇବା ପାଇଁ ରହିଥିବା ନିୟମ ବାବଦରେ ମଧ୍ୟ ଅବଗତ କରାଇଥିଲା। ଏହି କନ୍‌ଫରେନ୍ସ ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ, ଏଯାବତ ଏହି ଘାତକ ଭାଇରସରେ ୨୩୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭,୪୦୦ ସଂକ୍ରମିତ ହୋଇଛନ୍ତି।

Related posts

 ଜୁଲାଇରେ ଅନ୍ତରାଷ୍ଟ୍ରୀ ବିମାନ ଉଡାଣକୁ ନେଇ ହେବ ନିଷ୍ପତ୍ତି

mahabharatanews

ଜେଏନୟୁ ହିଂସାରେ ସାମିଲ ମୁଖାପିନ୍ଧା ମହିଳା ଚିହ୍ନଟ

mahabharatanews

ଟ୍ରମ୍ପଙ୍କୁ ଇରାନର ଚେତାବନୀ

mahabharatanews

Leave a Comment