ଓଡିଶା

 କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ 

(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ସେଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ ଏବଂ ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଗୋପାଳପୁର ଓ ଆସ୍କାରେ ପ୍ରଚାର କରିବେ । ଜନସଭାକୁ ସମ୍ବୋଧିତ କରି ଭୋଟ୍ ମାଗିବେ ନବୀନ । ସୂଚନା ଅନୁସାରେ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଦିନ ୧୦ଟା ୧୦ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ହେଲିକପ୍ଟର ଯୋଗେ କନିଷି ପଞ୍ଚାୟତରେ ପହଞ୍ଚି ଶିବ ମନ୍ଦିର ପରିସରରେ ଆୟୋଜିତ ପ୍ରଚାର ସଭାରେ ସାମିଲ ହେବେ । ସମାବେଶକୁ ସମ୍ବୋଧିତ କରି ବିଜେଡିି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଦିନ ୧୧ଟା ୪୫ ମିନିଟରେ ଆସିକା ପହଞ୍ଚି ସେଠାରେ ମଧ୍ୟ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ଆସିକାରେ ପ୍ରଚାର ପରେ ମୁଖ୍ୟମନ୍ତ୍ରୀ ଫୁଲବାଣୀର କନ୍ଧମାଳ ଷ୍ଟାଡିୟମରେ ପ୍ରଚାର ସଭା କରିବା ସହ ଗୁଡାରୀରେ ମଧ୍ୟ ପ୍ରଚାର କରିବା କାର୍ଯ୍ୟସୂଚୀ ରହିଛି ।

ସୂଚନାନୁଯାୟୀ , ସାଧାରଣ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସଭାରେ କନ୍ଧମାଳ ଲୋକସଭା ପ୍ରାର୍ଥୀଙ୍କ ସହ ସଂସଦୀୟ କ୍ଷେତ୍ରର ୭ ବିଧାନସଭା ଆସନର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନବୀନ ଭୋଟରଙ୍କୁ ଅବଗତ କରିବେ। ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ନିଜର ବଳ କଷିବାରେ ଲାଗିପଡିଛନ୍ତି ।

Related posts

ଜବରଦଖଲ ଜମିକୁ ଉଚ୍ଛେଦ ନେଇ ଗ୍ରାମବାସୀଙ୍କ ଦାବି

mahabharatanews

ଦାଣ୍ଡମୁକୁନ୍ଦପୁର ଗ୍ରାମ କଣ୍ଟନମେଣ୍ଟ ଜୋନ୍ ଘୋଷଣା

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଚୁଡାନ୍ତ ହେଲା ନୀତି ନିର୍ଘଣ୍ଟ 

mahabharatanews

Leave a Comment