ଓଡିଶା

ଭୁବନେଶ୍ୱର ବିମାନବନ୍ଦରରୁ ୨.୭୯ କୋଟି ଟଙ୍କାର ସୁନା ଜବତ 

(ଭୁବନେଶ୍ୱର) : ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଥରେ ସୁନା ଜବତ ହୋଇଛି। ଦୁବାଇରୁ ଭୁବନେଶ୍ବର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ସୁନା ଜବତ ହୋଇଛି ।

ସୂଚନାନୁଯାୟୀ , ଯାହାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।  ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ ଅଧିକାରୀମାନେ ଦୁବାଇରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସିଥିବା ୪ ଜଣ ଯାତ୍ରୀଙ୍କୁ ପ୍ରଥମେ ଚିହ୍ନଟ କରିଥିଲେ। ଏହି ଯାତ୍ରୀମାନେ ଗତ ୬ ତାରିଖରେ ଏଠାକୁ ଆସିଥିଲେ। ସନ୍ଦେହ ହେବାରୁ ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ଏହି ୪ ଜଣ ତରଳ ସୁନାର ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ। ଏହି ସୁନାକୁ ସେମାନେ କ୍ୟାପସୁଲ ମାଧ୍ୟମରେ ନିଜ ମଳଦ୍ୱାରରେ ରଖି ଦୁବାଇରୁ ଆଣିଥିଲେ।

Related posts

ଆସିଲା JEE Main ଏବଂ NEET ପରୀକ୍ଷା ତାରିଖ 

mahabharatanews

ମୋବାଇଲ ସଂଯୋଗ ନ କାଟିବାକୁ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରକୁ ଅନୁରୋଧ

mahabharatanews

ସରିଲା ଦେଶୀୟ ପକ୍ଷୀ ଗଣନା 

mahabharatanews