Uncategorized

କାଶ୍ମୀର, ଏଲଓସି ସ୍ଥିତିକୁ ନେଇ ଚୀନ ଓ ପାକିସ୍ତାନ ବୈଦେଶିକମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ: ପାକିସ୍ତାନ ସୀମାବର୍ତ୍ତୀ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ର ଖରାପ ସ୍ଥିତିକୁ ନେଇ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଓ ପାକିସ୍ତାନ ପ୍ରତିପକ୍ଷ ଶାହ ମହମୁଦ କୁରେଶୀଙ୍କ ମଧ୍ୟରେ ଗତକାଲି ଆଲୋଚନା ହୋଇଥିବା ନେଇ ଇସଲାମବାଦ ଓ ବେଜିଂରୁ ସୂଚନା ଦିଆଯାଇଛି । ଲାଇନ ଅଫ କଣ୍ଟ୍ରୋଲରେ ସୁରକ୍ଷା ବ୍ୟବସ୍ଥା ଦୁସ୍ଥ ହୋଇପଡିଥିବା ଓ ଭାରତର ଯୁକ୍ତି ତଥା ବିସ୍ତାରବାଦ ନୀତି ସେଠାର ଶାନ୍ତି କ୍ଷୁନ୍ନ କରୁଥିବା ଉପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିବା ନେଇ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି । ଆହୁରି ମଧ୍ୟ କୁହ।।ଇଛି କି, ସେଠାରେ ଲୋକଙ୍କ ମାନବାଧିକାର କ୍ଷୁନ୍ନ ହେଉଛି ତଥା ସେଠାର ବାସସ୍ଥାନ ନିୟମରେ ବର୍ତ୍ତମାନ ଅଣାଯାଇଥିବା ପରିବର୍ତ୍ତନ ହିଂସା ସୃଷ୍ଟି କରୁଥିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଏହା ଉପରେ ଚୀନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଉଭୟ ଦେଶ ଓ ସ୍ଥାନୀୟ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ତଥା ସାମ୍ପ୍ରତିକ ଚ୍ୟାଲେଞ୍ଜ, ଆହ୍ୱାନ ଓ ସୁରକ୍ଷାକୁ ନେଇ ଉଭୟ ଚୀନ ଓ ପାକିସ୍ତାନ ମିଳିତଭାବେ କାର୍ଯ୍ୟ କରିବା ଉଚିତ । ଏକ ଦୀର୍ଘ କାଳରୁ ଚୀନ ଓ ପାକିସ୍ତାନ ମଧ୍ୟରେ ବୁଝାମଣା, ପରସ୍ପର ପ୍ରତି ସହଯୋଗ, ମୂଳ ଆଗ୍ରହ ଓ ପରସ୍ପର ପ୍ରତି ବିଶ୍ୱସ୍ଥତା ଭିତ୍ତିରେ କାର୍ଯ୍ୟ କରିଆସିଛନ୍ତି । ଏହା ବ୍ୟତୀତ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କାଶ୍ମୀର, ଆଫଗାନିସ୍ତାନ, ଦକ୍ଷିଣ ଏସିଆର ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ସେହି ଦିନ ହୋଇଥିଲା, ଯେଉଁଦିନ ପାକ ବୈଦେଶିକ ମନ୍ତ୍ରୀ ନିଜେ କରୋନା ପଜିଟିଭ ଥିବା ଘୋଷଣା କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ଟେଲିଫୋନ ବାର୍ତ୍ତା ଦର୍ଶାଉଛି କି, ଚୀନ ଓ ପାକିସ୍ତାନ ଏକତ୍ରିତ ଭାରତୀୟ ସେନା ବିରୋଧରେ ଗୋଟିଏ ପଟେ ଏଲଏସି ଓ ଅନ୍ୟ ପଟେ ଏଲଓସିରେ ଦୁଇ ପଟରୁ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ।

Related posts

ସୀମାରେ ଚୀନର ଗୁଳିମାଡ, ଭାରତ ଦେଲା କଡା ଜବାବ

mahabharatanews

ବିଦେଶକୁ ଗୋଏୟାରର ବିମାନ ଉଡାଣ ବନ୍ଦ

mahabharatanews

ତୃତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ: ପ୍ରଥମ ଦିନରେ ୧.୫୫ କୋଟି ପଞ୍ଜିକରଣ

mahabharatanews

Leave a Comment