Uncategorized

ଚୀନର ମୋବାଇଲ ଆପ ବ୍ଲକ୍ କରିବାକୁ ଗୁଇନ୍ଦା ପରାମର୍ଶ

ନୂଆଦିଲ୍ଲୀ: ସୀମାରେ ଦେଖାଦେଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତୀୟ ସୁରକ୍ଷା ଏଜେନ୍ସି ସରକାରଙ୍କୁ କହିଛନ୍ତି ଯେ, ଚୀନ ସମ୍ବନ୍ଧିତ ୫୨ ମୋବାଇଲ୍ ଆପ୍ଲିକେସନକୁ ବ୍ଲକ୍ କରି ଦିଆଯାଉ କିମ୍ବା ଏହା ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉ। ଏହି ସବୁ ଆପ ମାଧ୍ୟମରେ ଅଭ୍ୟନ୍ତରୀଣ ସୂଚନା ଦେଶ ବାହାରକୁ ଯାଉଛି । ସୁରକ୍ଷା ଏଜେନ୍ସି ସରକାରଙ୍କୁ ଯେଉଁ ତାଲିକା ଦେଇଛନ୍ତି, ସେଥିରେ ଭିଡିଓ କନଫରେନ୍ସିଂ ଆପ୍ ଜୁମ୍, ଟିକ୍‌ଟକ୍, ୟୁସି ବ୍ରାଉଜର, ଏକ୍ସଜେଣ୍ଡର, ସେୟାର ଇଟ୍‌ ଓ କ୍ଲିନ୍ ମାଷ୍ଟର ପରି ଆପ୍‌ ସାମିଲ।
କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇଣ୍ଟେଲିଜେନ୍ସ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବର ସମର୍ଥନ ଜାତୀୟ ସୁରକ୍ଷା ପରିଷଦ ସଚିବ ମଧ୍ୟ କରିଛନ୍ତି। ଏହି ଆପ୍‌ ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି। ସଂପ୍ରତି ଏହି ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି। ଚଳିତ ବର୍ଷ ଏପ୍ରିଲରେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଜୁମ୍‌ର ବ୍ୟବହାରକୁ ନେଇ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ମନ୍ତ୍ରଣାଳୟ ଏହି ଆଡ୍‌ଭାଇଜରି ନ୍ୟାସନାଲ ସାଇବର ସିକ୍ୟୁରିଟି ଏଜେନ୍ସି କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌ ଇଣ୍ଡିଆ(ଉଋଜଞ-ସଦ୍ଭ) ଉପରେ ପ୍ରସ୍ତାବ ଦେଇଥିଲେ। ଭାରତ ପ୍ରଥମ ଦେଶ ନୁହେଁ ଯିଏ ଜୁମ୍ ଆପର ବ୍ୟବହାର ଉପରେ ରୋକ୍‌ ଲଗାଇଛି। ଏହା ପୂର୍ବରୁ ତାଇଓ୍ଵାନ ମଧ୍ୟ ସରକାରୀ ଏଜେନ୍ସିକୁ ଜୁମ୍‌ ଆପ୍ ବ୍ୟବହାର ଉପରେ ରୋକ୍‌ ଲଗାଇଛି। ଜର୍ମାନୀ ଓ ଆମେରିକା ମଧ୍ୟ ପୂର୍ବରୁ କରି ସାରିଛନ୍ତି। ଚୀନ ସହ ଜଡିତ ହାର୍ଡଓୟାର ଓ ସଫ୍ଟଓୟାରକୁ ନେଇ ପାଶ୍ଚାତ୍ୟ ଦେଶର ସୁରକ୍ଷା ଏଜେନ୍ସି ମଧ୍ୟ ଚିନ୍ତା ପ୍ରକାଶ କରି ସାରିଛନ୍ତି। କାରଣ ଯୁଦ୍ଧ ପରିସ୍ଥିତିରେ ଏହା ଜରିଆରେ କମ୍ୟୁନିକେସନ ସର୍ଭିସେସ୍‌କୁ କ୍ଷତି ପହଞ୍ଚିପାରେ।

Related posts

ବିଜେପିର ଏଚ ରାଜୁଙ୍କ ନାମରେ ମାମଲା ରୁଜୁ

mahabharatanews

ନିଜ କର୍ମଚାରୀଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇଲା ରିଲାଏନ୍ସ: କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ଯାଏଁ ମିଳିବ ଦରମା

mahabharatanews

ଭାଙ୍ଗିଥିବା ନଖକୁ ଯୋଡିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

mahabharatanews