ବ୍ୟୁରୋ:ପାକିସ୍ତାନକୁ ଚୀନର ପରୋକ୍ଷ ସମର୍ଥନ । ଏଲ୍ଇଟି ଆତଙ୍କବାଦୀ ସାହିଦ ମହମ୍ମଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବରେ ବାଧକ ସାଜୁଛି ଚୀନ । ଏ ନେଇ ଜାତିସଂଘରେ ଭାରତ ଓ ଆମେରିକା ତରଫରୁ ଦାବି କରାଯାଇଥିଲା ହେଲେ ଚୀନ ଏହାକୁ ବିରୋଧ କରିଛି । ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲକାଏଦା କଟକଣା କମିଟି ଅଧିନରେ ମହମ୍ମଦଙ୍କୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଆଣିଥିଲେ । ହେଲେ ୪ ମାସ ହେଲା ଏହି ପ୍ରସ୍ତାବକୁ ବିରୋଧ କରିଆସୁଛି ଚୀନ । ପୂର୍ବରୁ ୨୦୧୬ ରେ ଆମେରିକା ମହମ୍ମଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲା । ତେବେ ପାକିସ୍ତାନ ପ୍ରତି ଚୀନ ର ପ୍ରୀତିକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଭାରତ, ଆମେରିକା । ଏହାର କଡା ମୁକାବିଲା ପାଇଁ ଭାରତ ଓ ଆମେରିକା ସ୍ଵତନ୍ତ୍ର ରଣନୀତି ଆପଣେଇ ଆତଙ୍କବାଦୀ ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ସ୍ପଷ୍ଟ କରିଛନ୍ତି ।
previous post
