ଭାରତ

ଦିଲ୍ଲୀରେ ଘନ କୁହୁଡି ,ଜନଜୀବନ ଅସ୍ତବ୍ୟସ୍ତ 

(ଦିଲ୍ଲୀ) : ଘନ କୁହୁଡ଼ି କାରଣରୁ ଜାତୀୟ ରାଜଧାନୀରେ ରେଳ ଏବଂ ବିମାନ ଚଳାଚଳ ବ୍ୟାହତ ହୋଇଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ର ପୂର୍ବାନୁମାନ ଅନୁଯାୟୀ ଦିଲ୍ଲୀ, ପଞ୍ଜାବ, ହରଆଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅଲଗା ଅଲଗା ସ୍ଥାନରେ ଥଣ୍ଡା ତରଙ୍ଗ ଏବଂ ଘନ କୁହୁଡି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର କିଛି ସ୍ଥାନରେ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶର ବିଚ୍ଛିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କୁହୁଡ଼ି ଗତ କିଛି ଦିନ ମଧ୍ୟରେ ସଡକ, ରେଳ ଏବଂ ବିମାନ ଚଳାଚଳ ଉପରେ ବିଶେଷ ପ୍ରଭାବ ପକାଇଛି। ଶୁକ୍ରବାର ଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ଅତି କମରେ ୨୨ଟି ଟ୍ରେନ୍ ବିଳମ୍ବରେ ଚାଲୁଥିଲା ଏବଂ କୁହୁଡ଼ି ହେତୁ ଦୃଶ୍ୟମାନ କମ ଥିବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନବନ୍ଦରରେ ଅନେକ ବିମାନ ଚଳାଚଳ ବିଳମ୍ବ ହୋଇଥିଲା।

Related posts

ଇଣ୍ଡୋନେସିଆ ପାଇଁ ଭାରତରେ ବୃଦ୍ଧି ପାଇବା ତୈଳ ଦର

mahabharatanews

ରାଜ୍ୟସଭାରେ ପାସ ହେଲା ଦିଲ୍ଲୀ ସେବା ବିଲ୍ 

mahabharatanews

ମଣିପୁର ହିଂସା: ସ୍କୁଲ୍‌ ବାହାରେ ମହିଳାଙ୍କୁ ଗୁଳି କରି ହତ୍ୟା 

mahabharatanews