ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ତଥା ବିଭିନ୍ନ ରାଜନେତା କରିଥିବା ‘୨୪ଟି ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରି ଚୀନ ଆମେରିକାକୁ ମିଥ୍ୟା ସାବ୍ୟସ୍ତ କରିଛି । ୩୦ ପୃଷ୍ଠା ବିଶିଷ୍ଟ ଏହି ରିପୋର୍ଟକୁ ଶନିବାର ରାତିରେ ଚୀନ୍ର ବୈଦେଶିକ ମନ୍ତ୍ରାଳୟ ୱେବ୍ସାଇଟ୍ରେ ପୋଷ୍ଟ୍ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନିୟାଙ୍ଗ୍ କହିଛନ୍ତି, ଆମେରିକାର ବୈଦେଶିକ ସଚିବ ପମ୍ପିଓ, ବୈଦେଶିକ ବିଭାଗ ମୁଖପାତ୍ର ଏବଂ ଅନ୍ୟମାନେ ସାକ୍ଷାତ୍କାର ଦେବା ସମୟରେ କୋଭିଡ୍-୧୯ ବିଷୟରେ ଚୀନ୍କୁ ସମାଲୋଚନା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଚୀନ ସଠିକ୍ ତଥ୍ୟ ଦେଇନାହିଁ। କୋଭିଡ୍-୧୯ ସଂକ୍ରାନ୍ତ ଆମର ସ୍ଥିତି ବିଷୟରେ ଆମେ ବରାବର କହିଆସିଛୁ। କିନ୍ତୁ, ଆମେରିକା ବାରମ୍ବାର କରୁଥିବା ମିଥ୍ୟା ଅଭିଯୋଗଗୁଡ଼ିକ ବିଷୟରେ ଆମେ ବିଶ୍ୱବାସୀଙ୍କୁ ପ୍ରମାଣ ଦେବାକୁ ସ୍ଥିର କରିଛୁ।
ଏହି ଆଲେଖ୍ୟର ଉପକ୍ରମରେ ଊନବିଂଶ ଶତାବ୍ଦୀର ଆମେରିକୀୟ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଉକ୍ତି ଉଲ୍ଲେଖ କରାଯାଇଛି। ଲିଙ୍କନ୍ଙ୍କ କହିବା ଅନୁସାରେ, କିଛି ଲୋକଙ୍କୁ ଚିରଦିନ ପାଇଁ ବୁଦ୍ଦୁ ବନାଇ ଦିଆଯାଇପାରେ, ଆଉ କିଛି ଲୋକଙ୍କୁ କିଛି ଦିନ ପାଇଁ ବୁଦ୍ଦୁ ବନାଇ ଦିଆଯାଇ ପାରେ, କିନ୍ତୁ ସମସ୍ତଙ୍କୁ ଚିରକାଳ ବୁଦ୍ଦୁ ବନାଇ ହେବ ନାହିଁ।
ଏହି ଭୂତାଣୁକୁ ଜାଣିଶୁଣି ସୃଷ୍ଟି କରାଯାଇଛି ବା ଊହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ଲିକ୍ ହୋଇଛି ବୋଲି ଆମେରିକା କରୁଥିବା ଦ୍ବିତୀୟ ଅଭିଯୋଗ ମଧ୍ୟ ମିଥ୍ୟା। ଏହି ଭୂତାଣୁ ଯେ ମାନବ ଦ୍ବାରା ସୃଷ୍ଟି, ତାହାର ପ୍ରମାଣ ନାହିଁ। ଏହାଛଡ଼ା ନୂଆ କରୋନାଭାଇରସ୍ ସୃଷ୍ଟି କରାଇବା ଲାଗି ଏହି ପ୍ରତିଷ୍ଠାନର ସାଧ୍ୟ ନାହିଁ।
previous post
next post